www.samajalive.in
Saturday, December 13, 2025
26.1 C
Bhubaneswar

ନୂଆବର୍ଷ ପ୍ରସ୍ତୁତି : ସଜେଇ ହେଉଛି ସିଂହଦ୍ବାର

ପୁରୀ : ନୂଆବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର ସିଂହଦ୍ବାର। ମୁଖ୍ୟମନ୍ତ୍ରୀଙ୍କ ସମେତ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ଦାଣ୍ଡରେ ପାରମ୍ପରିକ ଝୋଟି କରାଯାଇଛି। ସିଂହଦ୍ବାର ସମ୍ମୁଖରେ ଶତାଧିକ ଗଛ ରଖାଯାଇ ସବୁଜିମା ପରିବେଶ ସୃଷ୍ଟି କରାଯାଇଛି। ଗହଳି ନିୟନ୍ତ୍ରଣ ନିମନ୍ତେ ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଇଛି। ଭକ୍ତଙ୍କ ପାଇଁ ନୂଆ ସେଡ୍‌ ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଫୁଲରେ ସଜାଇବାକୁ ପ୍ରଶାସନ ଚିନ୍ତା କରୁଛି। ପ୍ରାୟ ୩ଲକ୍ଷ ଭକ୍ତ ନୂଆବର୍ଷରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ବାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ। ପ୍ରଭୁଙ୍କ ଦର୍ଶନ ପରେ ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଏବଂ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମେଟାଲ ଡିଟେକ୍ଟର ମାଧ୍ୟମରେ ଭକ୍ତଙ୍କୁ ଯାଞ୍ଚ କରାଯିବ। ମନ୍ଦିର ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ନେବାକୁ ଅନୁମତି ଦିଆଯିବ ନାହିଁ। ଦଳାଚକଟା ପରିସ୍ଥିତି ଏଡାଇବାକୁ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଛଡାଯିବ। ବାହାରକାଠ ଏବଂ ଭିତରକାଠ ପାଖରେ ଛିଡାହୋଇ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ୩୧ତାରିଖ ରାତିରୁ ନୂଆବର୍ଷ ଦର୍ଶନ ଆରମ୍ଭ ହେବ। ଗହଳି ନିୟନ୍ତ୍ରଣ ପାଇଁ କୁଇକ୍‌ ରେସପନ୍ସ ଟିମ୍‌ ଗଠନ କରାଯାଇଛି। କୌଣସି ଭକ୍ତଙ୍କୁ ନାଟମଣ୍ଡପ ଏବଂ ଜଗମୋହନରେ ଅଧିକ ସମୟ ରହିବାକୁ ଦିଆଯିବ ନାହିଁ। ଭକ୍ତମାନେ ଦର୍ଶନକରି ବାହାରିବା ପରେ ଆଉକିଛି ଭକ୍ତଙ୍କୁ ଭିତରକୁ ଛଡାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବଡ଼ଦାଣ୍ଡରେ ନିର୍ମିତ ବ୍ୟାରିକେଡ ଦେଇ ଭକ୍ତମାନେ ଚାଲି ଚାଲି ସିଂହଦ୍ବାର ପର୍ଯ୍ୟନ୍ତ ଯିବେ। ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରି ଚାଳିତ ଅଟୋରିକ୍ସା ବ୍ୟବହାର କରାଯିବ। ସିଂହଦ୍ବାର ନିକଟରେ ପର୍ଯ୍ୟଟକ ସହାୟତା କେନ୍ଦ୍ର ଖୋଲାଯାଇଛି। ସେଠାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ସମେତ ପାନୀୟଜଳ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧ତାରିଖ ଦିନ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀଗସ୍ତରେ ଆସିବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମାର୍କେଟଛକରୁ କୌଣସି ଚାରିଚକିଆ ଗାଡି, ଅଟୋରିକ୍ସା କିମ୍ବା ରିକ୍ସା ଶ୍ରୀମନ୍ଦିର ଅଭିମୁଖେ ଯିବାକୁ ଦିଆଯିବ ନାହିଁ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ୨୦ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ୨ଶହ ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବ ଦିଆଯିବ। ଡିସେମ୍ବର ୩୧ ଏବଂ ଜାନୁଆରୀ ୧ତାରିଖ ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ଏବଂ ସେବାପୂଜା ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବାକୁ ମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ନୂଆବର୍ଷ ଦିନ ୧୧ଟା ସୁଦ୍ଧା ଭକ୍ତମାନେ ଯେପରି ଆନନ୍ଦ ବଜାରରେ ମହାପ୍ରସାଦ ପାଇପାରିବେ ସେଥିପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଉଚ୍ଛେଦ ହୋଇଥିବା ମଠଗୁଡିକ ସ୍ଥାନରେ ବାଲି ଏବଂ ଇଟା ପକାଯାଇ ସମତଳ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଡାକବାଜି ଯନ୍ତ୍ରଯୋଗେ ଶ୍ରୀଜଗନ୍ନାଥ ଭଜନ ଓ ଜଣାଣ ପରିବେଷଣ କରାଯିବ। ସମୁଦ୍ରକୂଳ ସମେତ ତୀର୍ଥପୁଷ୍କରିଣୀ ଗୁଡିକରେ ଆବଶ୍ୟକୀୟ ସୁରକ୍ଷା, ଆଲୋକ ଏବଂ ପରିମଳ ବ୍ୟବସ୍ଥା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

 

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories