www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସମସ୍ତେ ପ୍ରସ୍ତୁତ:କୋଭିଡ୍‌ କଟକଣା ଓ ସୁପ୍ରିମକୋର୍ଟଙ୍କ ସର୍ତ୍ତ ପାଳନ କରି ରଥଯାତ୍ରା ହେବ-ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ସର୍ତ୍ତ ଅନୁଯାୟୀ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୁପ୍ରମିକୋର୍ଟ ରାୟ ଶୁଣାଇଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସମନ୍ବୟରେ ରଥଯାତ୍ରା କରାଯିବ। ତେବେ ସ୍ବାସ୍ଥ୍ୟ ସମସ୍ୟାକୁ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ଜନସ୍ବାସ୍ଥ୍ୟକୁ ନେଇ ଯଦି ପରିସ୍ଥିତି ବିଗିଡ଼ିଯାଏ ତାହେଲେ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିପାରିବେ। ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌.ଏ.ବୋବ୍‌ଡେଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ ବିନା ଭକ୍ତରରେ ବଡ଼ଦାଣ୍ଡରେ ରଥ ଗଡ଼ିବାକୁ ଅନୁମତି ପ୍ରଦାନ କରିଛନ୍ତି।
ସୋମବାର ପୁରୀ ରଥଯାତ୍ରା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ଆୟୋଜିତ ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଓ ଏସ୍‌ପିଙ୍କ ସମେତ ବିଦ୍ୟୁତ୍‌ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ପୁରୀ ମହାନଗର ନିଗମ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପରିବହନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀଜନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଓ ଗ୍ରାଣ୍ଡ୍‌ରୋଡ୍‌ରେ ୧୪୪ଧାରା ଲାଗୁ, ପୁରୀ ସହର ଏବଂ ଗ୍ରାଣ୍ଡରୋଡ୍‌ର ସମସ୍ତ ପ୍ରବେଶପଥକୁ ସିଲ୍‌ କରିବା, ସେବକ ଓ ପୁଲିସ ଦ୍ବାରା ରଥଟଣା କାର୍ଯ୍ୟ ସମ୍ପନ୍ନ, ପୁଲିସ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ଥିବା ନିରାପତ୍ତା ବ୍ୟବସ୍ଥା ଏବଂ କମ୍‌ ସଂଖ୍ୟକ ସେବକଙ୍କୁ ନେଇ ରଥଯାତ୍ରା ନୀତି ଓ ପରମ୍ପରା ସମ୍ପନ୍ନ ଆଦି ଉପରେ ଆଲୋଚନା କରାଯାଇଥିଲା।


ବୈଠକ ପରେ ମୁଖ୍ୟଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ କହିଥିଲେ ଯେ ଆସନ୍ତାକାଲି ରଥଯାତ୍ରା ନେଇ ସମସ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କୋଭିଡ୍‌ କଟକଣା ଏବଂ ସୁପ୍ରିମକୋର୍ଟଙ୍କ ସର୍ତ୍ତ ପାଳନ କରି ରଥଯାତ୍ରା ହେବ। ରଥଯାତ୍ରା ଭଲ ଭାବରେ ଓ ଭକ୍ତଶୂନ୍ୟ ଭାବେ ହେବା ନେଇ ବିଶ୍ବାସ ରହିଛି।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଦୂର ହୋଇଛି। ଶେଷରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ପାଇଁ ଦେଇଛନ୍ତି ଅନୁମତି। ତେଣୁ ଆସନ୍ତାକାଲି ବଡ଼ଦାଣ୍ଡରେ ୩ରଥ ଗଡ଼ିବ। କିନ୍ତୁ କୋର୍ଟ ଏନେଇ କିଛିଟା ସର୍ତ୍ତ ରଖିଛନ୍ତି। ସେହି ସର୍ତ୍ତ ଆଧାରରେ ବିନା ଭକ୍ତରେ ରଥଯାତ୍ରା କରାଯିବ। ଏହାଦ୍ୱାରା କରୋନା ସଂକ୍ରମଣକୁ ନେଇ ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ମଧ୍ୟ ଦୂର ହୋଇଛି।
ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଗତ କିଛିଦିନ ହେଲା ଆଶଙ୍କା ସୃଷ୍ଟି ହୋଇଥିଲା। ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏବର୍ଷ ରଥଯାତ୍ରା ହେବନାହିଁ ବୋଲି ସମସ୍ତେ ଭାବି ନେଇଥିଲେ। ରାଜ୍ୟ ସରକାର ମଧ୍ୟ ରଥଯାତ୍ରା ସମ୍ପର୍କରେ କୌଣସି ସ୍ପଷ୍ଟ ମତ ରଖି ନ ଥିଲେ। ଏହିଭଳି ପରିସ୍ଥିତିରେ ମହାପ୍ରଭୁ ତାଙ୍କର ଅଲୌକିକ ମହିମା ଦେଖାଇ ଭକ୍ତଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ବୋଲି ବହୁ ଜଗନ୍ନାଥପ୍ରେମୀ ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories