www.samajalive.in
Saturday, December 6, 2025
16.1 C
Bhubaneswar

ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନିଠାକୁରଙ୍କ ରଥ, ବିନା ଭକ୍ତରେ ହେଲା ଘୋଷଯାତ୍ରା

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନିଠାକୁରଙ୍କ ରଥ। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିଠାକୁରଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ପୂର୍ବରୁ ବଡ଼ ଠାକୁରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଆଜି ବିନାଭକ୍ତରେ ଶ୍ରୀଜୀଉଙ୍କ ଐତିହାସିକ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଥିଲେ କାଳିଆଠାକୁର। ବଡଠାକୁର ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ସହ ବଡଦାଣ୍ଡରେ ଭାବ ବିନୋଦିଆ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା। ଘଣ୍ଟଘଣ୍ଟାରେ ତାଳେ ତାଳେ ଆଗେଇ ଚାଲିଥିଲା ତିନି ଠାକୁରଙ୍କ ତିନି ରଥ। ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ଅଳ୍ପ କିଛି ସଂଖ୍ୟକ ସେବାୟତ ଓ ପୁଲିସ ତିନି ରଥକୁ ଟାଣିଥିଲେ। ବିନା ଭକ୍ତରେ ବଡଦାଣ୍ଡ ଜନଶୂନ୍ୟ ହୋଇଯାଇଥିବା ବେଳେ ଭକତଙ୍କୁ ଝୁରି ଝୁରି ଭାଇଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଘେନି ଯାଇଥିଲେ ମହାବାହୁ ପ୍ରଭୁ ଶ୍ରୀଜଗନ୍ନାଥ।

- Advertisement -

ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ବଡ଼ଦାଣ୍ଡରେ ଗଡ଼ିଥିଲା। ବଡ଼ଠାକୁର ବଳଭଦ୍ରଙ୍କର ତାଳଧ୍ବଜ ରଥ ଅପରାହ୍ଣ ୩ଟା୫୨ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ତାଳଧ୍ବଜ। ଏହାପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଅପରାହ୍ଣ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା। ସର୍ବଶେଷରେ କାଳିଆ ସାଆନ୍ତ ନନ୍ଦିଘୋଷ ରଥରେ ଆସିଥିଲେ। ଶ୍ରଦ୍ଧାର ଦଉଡିରେ ତିନିଠାକୁରଙ୍କ ରଥକୁ ଟାଣି ନେଇଥିଲେ ପୁଲିସ୍ ଏବଂ ସେବାୟତ।  ଅପରାହ୍ଣ ୫ଟାପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ତିଚା ମନ୍ଦିରରେ ପହଞ୍ଚିଥିଲା।
ଆଜି ବଡ଼ଠାକୁର ବଳଦେବଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାବାହୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଥିଲା। ସେବାୟତ ଓ ପୁଲିସ ଶ୍ରୀଜୀଉଙ୍କ ରଥ ଟାଣିଥିଲେ। ପ୍ରଥମେ ବଡ଼ଠାକୁର ବଳଦେବଙ୍କ ତାଳଧ୍ୱଜ ଓ ତା’ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇଥିଲା। ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ।
ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଭାଇ ବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ସେଠାରେ ମାଉସୀ ଘରେ ରହିବା ପରେ ଫେରିବେ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ବଡ଼ଦାଣ୍ଡ। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ ସାଙ୍ଗକୁ ପୁରୀ ଜିଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତ ଓ ପୁଲିସ କର୍ମଚାରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ। କେବଳ ସେବାୟତ ଓ ପୁଲିସ ତିନି ରଥ ଟାଣିବାକୁ ଅନୁମତି ଦିଆଯାଇଥିଲା।  ଯେଉଁମାନେ ରଥ ଟାଣିଥିଲେ ଏବଂ ପହଣ୍ଡି ବିଜେ ନୀତିରେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ କରୋନା ପରୀକ୍ଷା କରାଯାଇଥିଲା। ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ନୀତି ସମ୍ପନ୍ନ ହୋଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories