ଆରମ୍ଭ ହେଲା ଶ୍ରୀଜୀଉଙ୍କ ଅଧରପଣା ନୀତି, ଦେଖନ୍ତୁ ସିଧା ପ୍ରସାରଣ
ଡେସ୍କ: ଶୁକ୍ରବାର ଦ୍ୱାଦଶୀ ତିଥିରେ ରଥ ଉପରେ ଆଜି ମହାପ୍ରଭୁଙ୍କୁ ଅଧରପଣା ଭୋଗ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧି ଅନୁଯାୟୀ, ଆଜି ସନ୍ଧ୍ୟାଧୂପ ପରେ ଅଧରପଣା ନୀତି କରାଯିବ। ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ମାଟିହାଣ୍ଡି ରଥ ଉପରେ ରଖାଯିବ। ମହାସୁଆର ସେବକ ପାଣି, କ୍ଷୀର, ସର, ଛେନା, ଚିନି, କଦଳୀ, ଗୋଲମରିଚ, ଗୁଣ୍ଡ କର୍ପୁର ଓ ଜାଇଫଳ ପକାଇ ପଣା ପ୍ରସ୍ତୁତ କରିବେ। ପୂଜାପଣ୍ଡା ସେବକ ପଞ୍ଚୋପଚାରରେ ତାହାକୁ ଶ୍ରୀଜୀଉଙ୍କୁ ଅର୍ପଣ କରିବେ। ପରମ୍ପରା ଅନୁଯାୟୀ ରଥ ପାର୍ଶ୍ୱ ଦେବଦେବୀ ଏବଂ ଚଣ୍ଡିଚାମୁଣ୍ଡାଙ୍କ ଉଦେଶ୍ୟରେ ଅଧରପଣା ହାଣ୍ଡି ଗୁଡିକୁ ଭଙ୍ଗାଯିବ। ଏହାପରେ ଶ୍ରୀଜୀଉଙ୍କୁ ମହାସ୍ନାନ, ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ରାତ୍ର ପହୁଡ କରାଯିବ।
ଦେଖନ୍ତୁ ସିଧା ପ୍ରସାରଣhttps://www.youtube.com/watch?v=iSZ1uJsSFl4
Comments are closed.