www.samajalive.in
Friday, December 5, 2025
26.1 C
Bhubaneswar

ଜିଦରେ ଅଟଳ ସେବାୟତ

ପୁରୀ: ସେବାୟତଙ୍କୁ ପୁଲିସର ମାଡ଼ ଘଟଣାର ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅସହ​‌ଯୋଗ କାରଣରୁ ଶ୍ରୀମନ୍ଦିରରେ ଦ୍ବିତୀୟ ଦିନ ପାଇଁ ନୀତିକାନ୍ତି ବନ୍ଦ ରହିଛି। ସିଂହଦ୍ବାର ଖୋଲି ନଥିବାରୁ ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ସେବାୟତଙ୍କୁ ଜିଲା ପ୍ରଶାସନ ଶୁକ୍ରବାର ଏକ ବୈଠକ ଡାକିଥିଲେ। କିନ୍ତୁ ସେବାୟତମାନେ ନିଜ ଜିଦରେ ଅଟଳ ରହିବାରୁ ସମାଧାନର ବାଟ ବାହାରିପାରିନ ଥିବା ଜିଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ ସେବାୟତମାନେ ନିଜ ବିବେକ ଅନୁଯାୟୀ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ମଧ୍ୟ ଅନୁରୂପ ଘଟଣା ଯୋଗୁଁ ଶ୍ରୀମନ୍ଦିରର ନୀତିକାନ୍ତି ବନ୍ଦ ରହିଥିଲା।

ସୂଚନାଯୋଗ୍ୟ, କେତେକ ଭକ୍ତଙ୍କୁ ବେଆଇନ୍‌ ଭାବେ ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର ଶ୍ରୀମନ୍ଦିର ଭିତରକୁ ନେବାକୁ ଉଦ୍ୟମ କରୁଥିବା ବେଳେ କାର୍ଯ୍ୟରତ ବିଶ୍ବଜିତ ପରିଜା ବାଧା ଦେଇଥିଲେ। ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ପୁଲିସ କନଷ୍ଟେବଳଙ୍କ ମାଡ଼ରେ ସେବାୟତ ଆହତ ହୋଇଥିବା ଅଭିଯୋଗ ଆସିଛି। ଶ୍ରୀପରିଜାଙ୍କୁ ଗିରଫ ଓ ନିଲମ୍ବନ ଦାବିରେ ସେବାୟତମାନେ ଅଡ଼ି ବସିଛନ୍ତି। ଏଥିଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇପାରିନାହିଁ। ଅପରପକ୍ଷରେ ଶ୍ରୀ ପରିଜା ଶ୍ରୀ ମହାପାତ୍ରଙ୍କ ନାମରେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories