www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ୩ ସତ୍ୟପାଠ ଦାଖଲ, ୭ଦିନରେ ଅନୁଧ୍ୟାନ

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଠିତ ତଦନ୍ତ କମିଶନ ଜଷ୍ଟିସ ରଘୁବୀର ଦାଶଙ୍କ କଟକ ସର୍କିଟ ହାଉସସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ୩ଟି ସତ୍ୟପାଠ ଦାଖଲ ହୋଇଛି। ପୁରୀ ଜିଲାପାଳଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି। ସେହିପରି ପୁରୀର ଜଣେ ନାଗରିକ ରାଜ କୁମାର ମହାନ୍ତିଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଛି। କମିସନଙ୍କ ହସ୍ତଗତ ହୋଇଥିବା ସମସ୍ତ ସତ୍ୟପାଠ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ଅଯୋଧ୍ୟା ରଞ୍ଜନ ଦାସଙ୍କୁ ଅନୁଧ୍ୟାନ ପାଇଁ ହସ୍ତାନ୍ତର କରାଯିବ ବୋଲି କମସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୭ଟି ସତ୍ୟପାଠ ଦାଖଲ ହୋଇଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ ଏହି ସତ୍ୟପାଠଗୁଡିକୁ ଅନୁଧ୍ୟାନ କରାଯିବ। ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ନେଇ କମିଶନ ନିଷ୍ପତ୍ତି ନେବେ। ପୂର୍ବରୁ ଚାରୋଟି ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଥିଲା। ଟର୍ମ ଅଫ ରେଫରେନ୍‍ସ ଅନୁଯାୟୀ ଚାବି ହଜିବା ପୂର୍ବବର୍ତ୍ତୀ ଘଟଣାକ୍ରମ ଓ କେଉଁ ପରିସ୍ଥିତିରେ ଚାବି ହଜିଲା ସେ ସଂପର୍କରେ ତଦନ୍ତ କରିବେ କମିଶନ। ଚାବି ହଜିବା ଘଟଣାରେ କେଉଁ ବ୍ୟକ୍ତି, କେଉଁ ଅନୁଷ୍ଠାନ ବା କେଉଁ ଅଧିକାରୀ ଦାୟୀ ଓ ତାଙ୍କର ଭୂମିକା କେତେ ରହିଛି ସେ ସଂପର୍କରେ ତଦନ୍ତ ହେବ। ଏହାସହ ଏଥିପାଇଁ କିଏ ଉତ୍ତରଦାୟୀ ସେ ନେଇ ମଧ୍ୟ ତଦନ୍ତ ହେବ। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେ ନେଇ କମିଶନ ରିପୋର୍ଟ ଦେବେ। ତେବେ ତଦନ୍ତ ପ୍ରକ୍ରିୟା କିଭଳି ଆଗକୁ ଯିବ ସେ ସଂପର୍କରେ ଆସନ୍ତା ୧୪ ତାରିଖରେ କମିଶନଙ୍କ ପକ୍ଷରୁ ଏକ ବୈଠକ ହେବା ପରେ ନିର୍ଦ୍ଦେଶ ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories