www.samajalive.in
Wednesday, December 10, 2025
18.1 C
Bhubaneswar

ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷେ ୨୧ ହଜାର ଟଙ୍କା ଲୁଟ୍‍

ପିପିଲି : ପିପିଲି-ନିମାପଡା ରାସ୍ତାର ବଳଙ୍ଗା ଥାନା ଅନ୍ତର୍ଗତ ଶାଳଜଙ୍ଗ ନିକଟରେ ଏକ ପିକ୍‍ଅପ୍‍ ଗାଡିର ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଏକଲକ୍ଷ ୨୧ ହଜାର ୮୦୦ ଟଙ୍କା ଲୁଟ୍‍ ହୋଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଛି। ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଏହି ଲୁଟ୍‍ କରି ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁଯାଇ, ନିମାପଡାର ଏକ ହୋଲ୍‍ସେଲରଙ୍କ ଠାରୁ ଏକ ପିକ୍‍ଅପ୍‍ ଗାଡି ଯୋଗେ ବିଭିନ୍ନ ଗ୍ରସରୀ ସାମଗ୍ରୀ ପିପିଲି ବଜାରର ଏକ ଦୋକାନକୁ ଆସିଥିଲା। ଉକ୍ତ ଦୋକାନରେ ଗ୍ରସରୀ ସାମଗ୍ରୀକୁ ଦେଇ ଦୋକାନୀ ଠାରୁ ସେବାବଦ ଅର୍ଥ ଗାଡିର ଡ୍ରାଇଭର ମାନସ କୁମାର ମହାନ୍ତି (ଘର ନିମାପଡା ଥାନା ବିଷ୍ଣୁପୁର ଗ୍ରାମ)ସଂଗ୍ରହ କରିଥିଲେ। ପିକ୍‍ଅପ୍‍ ଗାଡିରେ ଟଙ୍କାକୁ ରଖି ଅନ୍ୟଦୁଇ ଲେବରଙ୍କ ସହ ନିମାପଡା ଫେରୁଥିବା ବେଳେ ସଂନ୍ଧ୍ୟା ପ୍ରାୟ ସାଢେ ୬ଟାରେ ମାନସ ଲୁଟ୍‍ର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପିପିଲି-ନିମାପଡା ରାସ୍ତାର ଶାଳଜଙ୍ଗ ଓ ଭାଣପୁର ମଧ୍ୟବର୍ତ୍ତି ଏକ ନିଛାଟିଆ ସ୍ଥାନରେ ହଠାତ ଦୁଇଜଣ ଦୁର୍ବୁତ୍ତ ପଛରୁ ଏକ ବାଇକରେ ଆସି ମାନସଙ୍କୁ ବନ୍ଧୁକ ଦେଖାଇ ଗାଡିକୁ ଅଟକାଇଥିଲେ। ମାନସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୁତ୍ତ ଦ୍ୱୟ ଗାଡି ମଧ୍ୟରେ ଗାମୁଛାରେ ବନ୍ଧା ହୋଇ ରଖାଯାଇଥିବା ଏକ ଲକ୍ଷ ୨୧ ହଜାର ୮୦୦ ଟଙ୍କାକୁ ଲୁଟି ନେବା ପରେ ପିପିଲି ଅଭିମୁଖେ ଫେରାର ହୋଇଯାଇଥିଲେ। ଖବର ପାଇ ପିପିଲି ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ବଳଙ୍ଗା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଲୁଟେରାଙ୍କ ମଧ୍ୟରୁ ବାଇକ ଚାଳକ ଜଣକ ହେଲମେଟ୍‍ ପିନ୍ଧିଥିବା ସୂଚନା ମିଳିଛି। ଲୁଟେରାଙ୍କୁ ଧରିବା ପାଇଁ ବଳଙ୍ଗା ଓ ପିପିଲି ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories