www.samajalive.in
Monday, December 8, 2025
14.1 C
Bhubaneswar

ଉର୍ସ ପାଇଁ ପୁରୀ ଠାରୁ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ

ପୁରୀ: ଅନ୍ୟ ଟ୍ରେନ ମାନଙ୍କରେ ପ୍ରତିକ୍ଷ୍ୟା ସୂଚୀରେ ଥିବା ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ବର୍ଥ ପାଇପାରିବେ I ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଜମେର ଠାରେ ଖ୍ବାଜI ଉର୍ସ ପର୍ବ ପାଇଁ ପୁରୀ ଠାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ସ୍ଥିର କରାଯାଇଅଛି I  ନିୟମିତ ଟ୍ରେନ ମାନଙ୍କରେ ଯାତ୍ରୀ ଭିଡକୁ ତର୍ଜମା କରାଯାଇ ଏହି ନିଷ୍ପତି ଗ୍ରହଣ କରାଯାଇ ଅଛି ଯେପରିକି ତୀର୍ଥ ଯାତ୍ରୀମାନେ ସୁବିଧାରେ ଯାତାୟାତ କରି ପାରିବେ I

ଭାରତରେ ଚି଼ସ୍ତିଆ ସୁଫି ଆଦେଶର ପ୍ରତିଷ୍ଠାତା ସୁଫି ସନ୍ଥ ଖ୍ବାଜI ମଈଁଉଦ୍ଦିନ ଚି଼ସ୍ତିଙ୍କ ଦେହାବସାନର ପୁଣ୍ୟତୀଥି ପାଳନ କରିବା ପାଇଁ ଉର୍ସ ଉତ୍ସବ ପାଳନ କରାଯାଉଅଛି I ଇସ୍ଲାମିକ ଚନ୍ଦ୍ରମା କ୍ୟାଲେଣ୍ଡରର ୭ମ ମାସରେ ୬ ଦିନ ପାଇଁ ଏହି ଉର୍ସ ରଜବ ପର୍ବ ପାଳନ କରାଯାଇ ରାତ୍ରିସାରା କୱାଲି ଗାନ କରାଯାଇଥାଏ I  ଚଳିତ ବର୍ଷ ଫେବୃୟାରୀ ମାସ ୨୫/୨୬ ରାତ୍ରିରେ ପ୍ରଥମ ରଜବ ଆୟୋଜନ କରାଯାଉଥିବାବେଳେ ମାର୍ଚ୍ଚ ମାସ ପହିଲା/୨ତାରିଖ ରାତ୍ରିରେ ୬ଷ୍ଠ ରଜବ ପାଳନ କରାଯିବ I ଏହି ଅଞ୍ଚଳର ତୀର୍ଥ ଯାତ୍ରୀ ମାନଙ୍କୁ ଉର୍ସ ପର୍ବ ଯିବା ପାଇଁ ଚଳିତ ବର୍ଷ ଫେବୃୟାରୀ ମାସ ୨୬ ତାରିଖ ରେ ପୁରୀ ଠାରୁ ଆଜମେର କୁ ଏକ ସ୍ୱତନ୍ତ୍ର ଟ୍ରେନ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଆଜମେର ଠାରୁ ମାର୍ଚ୍ଚ ମାସ ୨ ତାରିଖ ରେ ଛାଡିବାକୁ ପୂର୍ବତଟ ରେଳପଥ ଯୋଜନା କରିଛି ଯାହାକି ଏହା ୪ ତାରିଖ ରେ ପୁରୀ ଠାରେ ପହଞ୍ଚିବ I

- Advertisement -

୦୮୪୨୧ ପୁରୀ-ଆଜମେର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଫେବୃୟାରୀ ମାସ ୨୬ ତାରିଖ (ବୁଧବାର) ଦିନ ପୂର୍ବାହ୍ନ ୯ ଘଟିକାରେ ଛାଡି ଆଜମେର ଠାରେ ୨୮ ତାରିଖ (ଶୁକ୍ରବାର) ଭୋର ୪ ଘଟିକାରେ ପହଞ୍ଚିବାକୁ ଥିବା ବେଳେ ଫେରିବା ମାର୍ଗରେ ୦୮୪୧୨ ଆଜମେର-ପୁରୀ ସ୍ୱତନ୍ତ୍ର ଟ୍ରେନ ଆଜମେର ଠାରୁ ମାର୍ଚ୍ଚ ମାସ ୨ ତାରିଖ (ସୋମବାର) ସନ୍ଧ୍ୟା ୮ଘ.୦୫ମି.ରେ ଛାଡି ପୁରୀ ଠାରେ ମାର୍ଚ୍ଚ ମାସ ୪ ତାରିଖ (ବୁଧବାର) ଅପରାହ୍ନ ୪ଘ.୧୫ମି.ରେ ପୁରୀ ଠାରେ ପହଞ୍ଚିବ I

ଏହି ଟ୍ରେନ ରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ନଅ ଟି ସ୍ଲିପର କ୍ଲାସ, ଛଅ ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ଉଭୟ ଦିଗରୁ ପୁରୀ ଓ ଆଜମେର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଗୁଡିକ ସହିତ ଓଡ଼ିଶାରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼ ଏବଂ ଛତିଶଗଡ଼ର ରାଇପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ I

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories