ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ବିବାଦ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱ ନେଇ ପ୍ରଶ୍ନ କରିଥିବା ସିଦ୍ଧୁଙ୍କ ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ପ୍ରଭାବିତ ହେବ ବୋଲି ପଞ୍ଜାବ କଂଗ୍ରେସର କିଛି ନେତା ଆଶଙ୍କା ପ୍ରକାଶ କରିଛନ୍ତି। ପଞ୍ଜାବ ସରକାରର ଚାରି ଜଣ ମନ୍ତ୍ରୀ ତ୍ରିପତ ରାଜେନ୍ଦ୍ର ସିଂହ ବାଜୱା, ଭାରତ ଭୂଷଣ, ଶ୍ୟାମ ସୁନ୍ଦର ଆରୋଡ଼ା ଏବଂ ରାଣା ଗୁରମିତ ସିଂହ ସୋଢି ଇତି ମଧ୍ୟରେ ସିଦ୍ଧୁଙ୍କ ଇସ୍ତଫା ଦାବି କରିଛନ୍ତି। ଅମରିନ୍ଦର ସିଂହଙ୍କ ନେତୃତ୍ୱ ଉପରେ ଭରସା ନାହିଁ ତ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧୁ କିଛି ଦିନ ତଳେ ଅଭିଯୋଗ କରିଥିଲେ ଯେ ଅକାଳି ଦଳର ବାଦଲ ପରିବାର ସହ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରଙ୍କ ଭିତରିଆ ସମ୍ପର୍କ ରହିଛି। ସେହିପରି ସିଦ୍ଧୁଙ୍କୁ ପତ୍ନୀ ଅଭିଯୋଗ କରିଥିଲେ ଯେ ଅମରିନ୍ଦରଙ୍କ ଯୋଗୁଁ ତାଙ୍କୁ ଲୋକସଭା ନିର୍ବାଚନ ଲଢିବାକୁ ଟିକେଟ ମିଳିଲା ନାହିଁ।


