www.samajalive.in
Saturday, December 6, 2025
14.1 C
Bhubaneswar

ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ନିଆରା ପ୍ରୟାସ ; ଖାଦ୍ୟ ଥାଳି ଶେଷ କରି ପାଆନ୍ତୁ ବୁଲେଟ ବାଇକ

ପୁଣେ : ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କି ମନ କିଣିବା ପାଇଁ ହେଉ ବହୁ ଦୋକାନୀ, ରେସ୍ତୋରାଁ, ବଡ଼ ବଡ଼ ହୋଟେଲ ବିଭିନ୍ନ ପ୍ରକାର ଶୈଳୀ ସହ ନିଆରା ଉପାୟ ଆପଣେଇ ଥାଆନ୍ତି। ଗ୍ରାହକଙ୍କ ପାଇଁ  ଉପହାର ମଧ୍ୟ ରଖିଥାଆନ୍ତି। ଗ୍ରାହକମାନେ ମଧ୍ୟ ସେଭଳି କିଛି ସୁଯୋଗକୁ ଅପେକ୍ଷା କରିଥାଆନ୍ତି। ଆପଣ ଖାଦ୍ୟ ଖାଇ ବାଇକ ଜିତିବାକୁ ଚାହୁଛନ୍ତି କି ? ଆଜ୍ଞା ହଁ ଜାଣନ୍ତୁ ଏହା ବିଷୟରେ। ସେଭଳି ହିଁ କିଛି ଦିନ ହେବ ପୁଣେ ସହରରେ ଥିବା ଏକ ରେସ୍ତୋରାଁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। କୋଭିଡ଼ ନିୟମାବଳୀ ଅନୁଯାୟୀ, ବହୁ ଦିନ ପରେ ରେସ୍ତୋରାଁ ଗୁଡ଼ିକୁ ଖୋଲାଯିବା ପରେ ଏଭଳି ପ୍ରତିଯୋଗିତା ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଆପଣା ଯାଇଛି।
ପ୍ରତିଯୋଗିତା ଅନୁଯାୟୀ, ହୋଟେଲ ତରଫରୁ ଦିଆଯାଉଥିବା ଏକ ଖାଦ୍ୟ ଥାଳିର ଖାଦ୍ୟକୁ ଯେଉଁ ଗ୍ରାହକ ୬୦ ମିନିଟ ମଧ୍ୟରେ ଶେଷ କରିବେ ସେ ବିଜୟୀ ହେବା ସହ ହୋଟେଲ ତରଫରୁ ତାଙ୍କୁ ଏକ ବୁଲେଟ ବାଇକ ମିଳିବ । ପ୍ରତିଯୋଗିତାର ଶୀର୍ଷକ ରହିଛି ‘ୱିନ ଏ ବୁଲେଟ ବାଇକ’।
ରୟାଲ ଏନଫିଲଡର ବୁଲେଟ ଜିତିବାକୁ ଆପଣଙ୍କୁ ୬୦ ମିନିଟରେ ଏକ ବଡ ଖାଦ୍ୟ ଥାଳି ଖାଇକରି ଶେଷ କରିବାକୁ ପଡ଼ିବ। ହେଟେଲ ମାଲିକଙ୍କ କହିବା ଅନୁଯାୟୀ, ଏହା କେବଳ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ମାଧ୍ୟମ।
ଏହି ବୃହତ ଖାଦ୍ୟ ଥାଳିରେ ୧୨ ପ୍ରକାରର ଖାଦ୍ୟ ରହିବ। ୫୫ ଜଣ ଲୋକେ ଏହାକୁ ପ୍ରସ୍ତୁତ କରିଥାଆନ୍ତି। ଫ୍ରାଏଡ ସୁରମାଇ, ପୋମ୍ଫ୍ରେଟ ଫ୍ରାଏଡ଼ ଫିସ , ଚିକେନ ଚନ୍ଦୁରି, ଡ଼୍ରାଏ ମଟନ, ଚିକେନ ମସଲା , ଚିଙ୍ଗୁଡି ବିରିୟାନି ଭଳି ଭିନ୍ନ ଭିନ୍ନ ଖାଦ୍ୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories