www.samajalive.in
Saturday, December 6, 2025
16.1 C
Bhubaneswar

ହନୁମାନ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋମଯଜ୍ଞ

ସାରନଗରୀ : ଦକ୍ଷିଣ ରାଉରକେଲା ସାରନଗରୀ ସୁପର ମାର୍କେଟ ସ୍ଥିତ ହନୁମାନ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମି ପୂଜା ପରେ ମନ୍ଦିର ନିର୍ମାଣ ଯେପରି ବିନା ବାଧାବିଘ୍ନରେ ହୋଇ ପାରିବ ଏହାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ଏପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କୋଭିଡ଼ ଗାଇଡ଼ ଲାଇନକୁ ମାନି ମନ୍ଦିର କମିଟିର ସଭାପତି ଶ୍ରୀକାନ୍ତ ନାଥଶର୍ମା ସପତ୍ନିକ ହୋମ ପାଠରେ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର କମିଟିର ସଦସ୍ୟ କୁଳମଣି ସାମଲ, ଅଜୟ ନାୟକ, ଅନନ୍ତ ଜେନା, ଶଶିଭୂଷଣ ମହନ୍ତ, ଗୋପାଳକୃଷ୍ଣ ରଥ, ବିରଂଚି ବେହେରା ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories