www.samajalive.in
Saturday, December 6, 2025
19.1 C
Bhubaneswar

ଶୁକ୍ରବାର କରନ୍ତୁ ଏହି ଉପାୟ ପ୍ରାପ୍ତି ହେବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ଓ ଆଶୀର୍ବାଦ

ମା’ଲକ୍ଷ୍ମୀଙ୍କୁ ଧନସମ୍ପତ୍ତି, ଐଶ୍ୱର୍ଯ୍ୟ ଓ ବୈଭବର ଦେବୀ ବୋଲି କୁହାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର ଦିନ ସଠିକ ବିଧିବିଧାନ ସହ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ଓ ବିଶେଷ କୃପା ମିଳିଥାଏ। ଜାଣନ୍ତୁ ଶୁକ୍ରବାର ମା’ଙ୍କୁ ପୂଜାର କରିବାର ବିଧି….
ଶୁକ୍ରବାର ଦିନ ମା’ଙ୍କ ଶ୍ରୀଯନ୍ତ୍ରକୁ ଗାଈ କ୍ଷୀରରେ ଅଭିଷେକ କରନ୍ତୁ। ଅଭିଷେକ କରିଥିବା କ୍ଷୀରକୁ ଗୃହରେ ସମସ୍ତ କକ୍ଷରେ ଛିଞ୍ଚନ କରନ୍ତୁ। ଏପରି କରିବା ଦ୍ୱାରା ଘରର ଦରିଦ୍ରତା ଦୂର ହୋଇଥାଏ, ଘରେ ସୁଖସମୃଦ୍ଧି, ଧନ ବୃଦ୍ଧି ହୋଇଥାଏ।

courtesy : youtube.com



ମା’ଲକ୍ଷ୍ମୀଙ୍କୁ ହରପ୍ରିୟା ମଧ୍ୟ କୁହାଯାଏ। ମା’ଙ୍କୁ ପୂଜା କରିବା ସମୟରେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାସହ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ପ୍ରଭୁ ବିଷ୍ଣୁଙ୍କୁ ଅଭିଷେକ କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିଥାଏ ଓ ଦୁର୍ଭାଗ୍ୟ ଦୂର ହୋଇଥାଏ।

- Advertisement -

ଶୁକ୍ରବାର ଗୃହର ଐଶାନ୍ୟ କୋଣରେ ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାନ୍ତୁ। ମାତ୍ର ଦୀପରେ ବ୍ୟବହାର କରୁଥିବା ସଳିତା ଲାଲ କିମ୍ବା ହଳଦିଆ ରଙ୍ଗର ହେବା ଉଚିତ।

courtesy : India TV

ମା’ଲକ୍ଷ୍ମୀଙ୍କୁ କ୍ଷୀର ଜାତୀୟ ଦ୍ରବ୍ୟ ଖୁବ ପସନ୍ଦ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ତେଣୁ ମା’ଙ୍କ ନିକଟରେ ଖିରୀ ଭୋଗ କରନ୍ତୁ ଓ ନିଜ ଇଚ୍ଛା ଓ ସାମର୍ଥ୍ୟ ଅନୁଯାୟୀ ଏହି ଦିନ କିଛି କନ୍ୟାଙ୍କୁ ଭୋଜନ ଓ ଦକ୍ଷିଣା ପ୍ରଦାନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ କଦାପି ଧନର ଅଭାବ ରହିବ ନାହିଁ।

courtesy : AARP

ହିନ୍ଦୁ ଧର୍ମରେ ଦାନର ଖୁବ ମହତ୍ତ୍ୱ ରହିଛି। ଶୁକ୍ରବାର ଦିନ ଅସହାୟଙ୍କୁ ଧଳା ରଙ୍ଗର ବସ୍ତୁ ଓ ଖାଦ୍ୟପଦାର୍ଥ ଦାନ କରନ୍ତୁ। ଗାଈଙ୍କୁ ମଧ୍ୟ ଭୋଜନ କରାନ୍ତୁ। ଏହା ଖୁବ ଶଭୁଫଳ ପ୍ରଦାନ କରିଥାଏ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories