www.samajalive.in
Saturday, December 6, 2025
26.1 C
Bhubaneswar

୫ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ହତ୍ୟା; ଦେଶବ୍ୟାପୀ ନିନ୍ଦା, ଅସନ୍ତୋଷ

ଆଗ୍ରା: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ତପ୍ପାଲ ଥାନା ବୁଢ଼ା ଗାଁରେ ଏକ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି। ୩ ହଜାର ଟଙ୍କା ପାଇଁ ଅମାନବୀୟ ଭାବେ ଶିଶୁ କନ୍ୟାଟିକୁ ହତ୍ୟା କରାଯାଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବଲିଉଡ୍‌ ଏବଂ ରାଜନୀତି ଜଗତରେ ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଜାହିଦ ଏବଂ ଅସଲାମଙ୍କୁ ଗିରଫ କରାଯାଇଥିବାବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଝିଅର ବାପାଙ୍କ କହିବା ଅନୁସାରେ, ସେ ଅଭିଯୁକ୍ତ ଜାହିଦଙ୍କଠାରୁ ୪୦ ହଜାର ଟଙ୍କା ଉଧାର ଆଣିଥିଲେ। ପରେ ସେ ୩୫ ହଜାର ଟଙ୍କା ଫେରାଇ ଦେଇଥିଲେ। ଅବଶିଷ୍ଟ ୫ ହଜାର ଟଙ୍କା ଦେବାରେ ବିଳମ୍ବ ହେବାରୁ ତାଙ୍କୁ ଜାହିଦ ଧମକାଇଥିଲେ। ପରେ ଗତ ମେ ୩୧ ତାରିଖରେ ତାଙ୍କ ଝିଅ ନିଖୋଜ ହୋଇଯାଇଥିଲା। ତା’ର କୌଣସି ପତ୍ତା ମିଳି ନ ଥିଲା। ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ତଦନ୍ତ କରି ନ ଥିଲା। ଏହାର ୩ଦିନ ପରେ ଘର ନିକଟ ଏକ ଅଳିଆ ଗଦାରୁ ଝିଅର କ୍ଷତବିକ୍ଷତ ମୃତ ଦେହ ମିଳିଥିଲା। ଝିଅକୁ ହତ୍ୟା କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏହାସହ ପରିବାର ଲୋକେ ପୁଲିସ ଅବହେଳାକୁ ଦାୟୀ କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଜାହିଦଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ସହିତ ଘଟଣାର ସିବିଆଇ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ନିଖୋଜ ଅଭିଯୋଗ ଉପରେ ପୁଲିସ ପଦକ୍ଷେପ ନେଇ ନ ଥିବାରୁ ଜିଲା ଏସ୍‌ପି ଜଣେ ଇନ୍ସପେକ୍ଟର, ୨ଜଣ ଏସଆଇ ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି।

- Advertisement -

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାକୁ ଅମାନବୀୟ ବୋଲି ଦର୍ଶାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ଘଟଣାକୁ ନିନ୍ଦା କରି ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories