www.samajalive.in
Saturday, December 6, 2025
26.1 C
Bhubaneswar

ମହଙ୍ଗା ପଡିଲା ବିଧାୟକଙ୍କ ଦବଙ୍ଗଗିରି ; ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର : ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ କଙ୍ଗାରୁ କୋର୍ଟରେ କନିଷ୍ଠ ଯନ୍ତ୍ରୀଙ୍କୁ ଦଣ୍ଡବିଧାନ କରିବା ଘଟଣା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ପାଇଁ ମହଙ୍ଗା ପଡିଛି । ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସଂପୃକ୍ତ ବିଧାୟକଙ୍କ ଗିରଫ ଦାବି କରିଛି । ଅତ୍ୟଧିକ ଉତ୍ସାହ ପ୍ରଦର୍ଶନ କରି ବିଧାୟକ ଆଇନକୁ ହାତକୁ ନେବା ସହ ଗୁଣ୍ଡା ଭଳି ଆଚରଣ କିରଛନ୍ତି । ସଭ୍ୟ ସମାଜରେ ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ବିଧାୟକ ଗତାକଲି ନିଜ ଭୁଲ ସ୍ୱୀକାର କରି ସାରିଛନ୍ତି । ପୁଲିସ ପାଖରେ ସମସ୍ତ ପ୍ରମାଣ ଥାଇ ମଧ୍ୟ ବିଧାୟକଙ୍କୁ ଗିରଫ ନକରି କାହିଁକି ଚୁପ୍ ରହିଛି ଏନେଇ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ପାଟଣାଗଡ଼ ବିଧାୟକ ସରୋଜ ମେହେର ନିମ୍ନମାନର ରାସ୍ତା କାମ ଯୋଗୁଁ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ବୁଧବାର ଅପରାହ୍ନରେ ସର୍ବସମ୍ମୁଖରେ ଉଠବସ୍ କରାଇଥିଲେ । ଏହାର ଏକ ଭିଡିଓ ଗୁରୁବାର ଭାଇରାଲ ହୋଇଥିଲା। ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସରକାରୀ ବାବୁଙ୍କୁ ସାବାଡ କରିବା ଠିକ୍ ହୋଇଛି ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇଥିବା ବେଳେ ଆଇନକୁ ହାତକୁ ନେଇଥିବା ବିଧାୟକଙ୍କ କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିଲା । ବିଭିନ୍ନ ସ୍ଥାନରେ ସମାଲୋଚନାର ଶିକାର ହେବା ପରେ ବିଧାୟକ ସରୋଜ ମେହେର ନିଜର ଦବଙ୍ଗଗିରି ପାଇଁ ଦୁଃଖ ପ୍ରକାଶ କରି ଗଣମାଧ୍ୟମରେ କ୍ଷମା ପ୍ରର୍ଥନା କରିଥିଲେ । ଏନେଇ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜସିଂହ ପାଟଣାଗଡ ଥାନାରେ ଏକ ଏତଲା ଦେଇଥିଲେ ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories