ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ସ୍ୱୟଂ ହିଁ ଏକ ମହତ୍ତ୍ୱପୂର୍ଣ୍ଣ ଓ ସେ ନିଜେ କଲ୍ୟାଣକାରୀ ଅଟନ୍ତି। ତାଙ୍କୁ ଆରାଧନା କଲେ ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ଦାମ୍ପତ୍ୟ ଜୀବନର ସୁଖ ପାଇଁ, ପୁତ୍ର କାମନା ନିମନ୍ତେ, ଧନ ସମୃଦ୍ଧିର ବୃଦ୍ଧି, ହଠାତ୍ ଆସୁଥିବା ସମସ୍ୟା ପାଇଁ ଓ ଦୁଃଖର ନିବାରଣ ପ୍ରଭୁଙ୍କୁ ପୂଜା କଲେ ଦୂର ହୋଇଥାଏ।
ଯେକୌଣସି ବ୍ୟକ୍ତିର ଅନିଷ୍ଟତାର ଆଶଙ୍କା, ସ୍ୱାସ୍ଥ୍ୟର ସମସ୍ୟା, ଆର୍ଥିକ କ୍ଷେତ୍ରରେ ଅସୁବିଧା ଆଦି ସମସ୍ତ କଷ୍ଟରୁ ଶ୍ରୀଗଣେଶ ଦୂର କରିଥାଆନ୍ତି। ତାଙ୍କୁ ସର୍ବଦା ଭକ୍ତି, ଶ୍ରଦ୍ଧା ଏବଂ ବିଶ୍ୱାସ ସହ ସ୍ମରଣ କଲେ ସମସ୍ତ ଦୁଃଖ ଦୂର ହୋଇଥାଏ। ତେଣୁ ଏହି ପବିତ୍ର ଗଣେଶ ପୂଜାରେ ପ୍ରଭୁଙ୍କ ନିକଟରେ ନତମସ୍ତକ କରି ନିଜ ଜୀବନର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିବା ନିମନ୍ତେ କାମନା କରିବା ଉଚିତ।
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ
Popular Categories



