ପ୍ରଭୁ ଗଣେଶ ମୂଷାକୁ ନିଜ ବାହନ କରିବାର କାରଣ ପଛରେ ଏକ ସୁନ୍ଦର କାହାଣୀ ଶାସ୍ତ୍ରରେ ରହିଛି। ଜାଣନ୍ତୁ ତାହା କଣ….
ଗଜମୁଖ ନାମରେ ଅସୁର ମାନଙ୍କର ଜଣେ ରାଜା ଥିଲା। ସେ ବହୁତ ଶକ୍ତିଶାଳୀ, ଧନବାନ ହେବା ସହିତ ଦେବତା ମାନଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା। ପ୍ରଭୁ ଶିବଙ୍କ ଠାରୁ ବରଦାନ ପାଇବା ନିମନ୍ତେ ସେ ସର୍ବଦା ତପସ୍ୟା କରୁଥିଲା। ତେଣୁ ସେ ନିଜ ରାଜ୍ୟ, ଖାଦ୍ୟପେୟ ଛାଡ଼ି ଜଙ୍ଗଲରେ ତପସ୍ୟା କରିବାକୁ ଲାଗିଲା।
ବହୁ ଦିନ ବିତିବା ପରେ ତାର ତପସ୍ୟାରେ ସନ୍ତୁଷ୍ଟ ହୋଇ ପ୍ରଭୁ ଭୋଳାଶଙ୍କର ତାକୁ ବହୁ ଦୈବିକ ଶକ୍ତି ପ୍ରଦାନ କରିଥିଲେ ଏବଂ ତାର କୌଣସି ସସ୍ତ୍ରରେ ମୃତ୍ୟୁ ହେବ ନାହିଁ ବୋଲି ମଧ୍ୟ ବର ପ୍ରଦାନ କରିଥିଲେ। ଶକ୍ତିଶାଳୀ ହେବା ପରେ ଅସୁରର ବହୁ ଗର୍ବ ହୋଇଗଲା। ସେ ସବୁ ଦେବତା ମାନଙ୍କ ଉପରେ ଆକ୍ରମଣ କରିବାକୁ ଆରମ୍ଭ କଲା। ସମସ୍ତେ ଯାଇ ପ୍ରଭୁ ଶଙ୍କର, ବିଷ୍ଣୁଙ୍କର ଶରଣାପନ୍ନ ହେଲେ। ସେହି ସମୟରେ ଭଗବାନ ଶିବ ଗଣେଶଙ୍କୁ ଅସୁର ସହ ଯୁଦ୍ଧ କରିବାକୁ ପଠାଇଲେ। ପ୍ରଭୁ ଗଣେଶ ଅସୁରକୁ କ୍ଷତବିକ୍ଷତ କରି ଦେଲେ। ଏହି ସମୟରେ ସେ ନିଜକୁ ମୂଷା ରୂପରେ ପରିବର୍ତ୍ତିତ କରି ଗଣେଶଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ଗଣେଶ ତା ଉପରକୁ ଡ଼େଇଁ ବସି ପଡ଼ିଲେ। ଏହା ପରେ ସାରା ଜୀବନ ପାଇଁ ତାକୁ ସେହି ମୂଷାରେ ପରିବର୍ତ୍ତନ କରିଦେଲେ ଏବଂ ନିଜର ବାହନ ରୂପେ ରଖି ଦେଲେ।
ଧୀରେ ଧୀରେ ସମୟର ଗତିରେ ସେହି ଅସୁର ଗଜମୁଖ ମଧ୍ୟ ନିଜର ଏହି ରୂପରେ ଖୁବ ସନ୍ତୁଷ୍ଟ ହୋଇ ଗଣେଶଙ୍କର ମିତ୍ର ହୋଇଗଲା।
ମୂଷା ପ୍ରଭୁ ଗଣେଶଙ୍କର ଏପରି ଭାବେ ବାହନ ହୋଇଛି।
ପ୍ରଭୁ ଗଣେଶ ଓ ମୂଷିକର କାହାଣୀ
Popular Categories



