www.samajalive.in
Saturday, December 6, 2025
26.1 C
Bhubaneswar

ପୂଜାର ଶୁଭ ସମୟ ଓ ବିଧି

ପ୍ରଭୁ ଶ୍ରୀଗଣେଶ ଆମ ସଂସ୍କୃତିର ମଙ୍ଗଳମୂର୍ତ୍ତି ଦେବତା ଅଟନ୍ତି। ପ୍ରଭୁଙ୍କୁ ପୂଜା କଲେ ଆମର ଭାବନା, ବ୍ୟବହାର , ଚିନ୍ତନରେ ଉନ୍ନତି ଘଟେ। ପ୍ରଭୁ ଗଣେଶ ଜ୍ଞାନର ଭଣ୍ଡାର ଅଟନ୍ତି। ପ୍ରଭୁଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ ଶକ୍ତି ସମାହିତ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ସେ ବିଘ୍ନକୁ ନାଶ କରି ଜୀବନର କଷ୍ଟକୁ ଦୂର କରିଥାଆନ୍ତି।
ଚଳିତ ବର୍ଷ ଏହା ସେପ୍ଟେମ୍ବର ମାସ ୧୩ ତାରିଖରେ ପାଳନ ହେଉଛି।
ପୂଜା ପାଇଁ ଶୁଭ ସମୟ ହେଉଛି – ୧୧:୦୨:୩୪ ରୁ ୧:୩୧:୨୮
ଗଣପତିଙ୍କୁ ଦୁବ ଅଧିକ ପ୍ରିୟ ଅଟେ। ଧବଳ ଅଥବା ସବୁଜ ଦୁବ ଅର୍ପଣ କଲେ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ୩ଟି କିମ୍ବା ୫ଟି ଦୁବରେ ପୂଜା କରିବା ଆବଶ୍ୟକ। ତୁଳସୀ ପତ୍ର ଗଣେଶଙ୍କ ପୂଜାରେ ବ୍ୟବହୃତ ହୋଇ ନଥାଏ। ଅନ୍ୟ ପୁଷ୍ପ ସବୁ ପ୍ରଭୁଙ୍କର ପ୍ରିୟ ଅଟେ। ପୂଜା ପରେ ଥରେ କିମ୍ବା ୩ ଥର ପରିକ୍ରମା କରିବା ଉଚିତ । ଭୋଗରେ ଲଡ଼ୁ,ମୋଦକ, ରାଶି ଲଡ଼ୁ ,ବିଭିନ୍ନ ଫଳ ବ୍ୟବହୃତ ହୋଇପାରିବ। ବ୍ରାହ୍ମଣ ସଠିକ୍‍ ଭାବେ ମନ୍ତ୍ର ପାଠ କରି ପୂଜା ସମ୍ପନ୍ନ କଲେ ବହୁ ଶୁଭ ଫଳ ମିଳିଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories