www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ସ୍ବତନ୍ତ୍ର ପରୀକ୍ଷା ଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ। ପୂର୍ବାହ୍ଣ ୧୧ଟାରୁ ପରୀକ୍ଷାର୍ଥୀ www.orissaresults.nic.in ଲଗ୍‌ଇନ୍‌ କରି ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ଘୋଷଣା କରିଛନ୍ତି।
କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୧୨ ହଜାର ବିଦ୍ୟାର୍ଥୀଙ୍କ ଫଳ ପ୍ରକାଶ ପାଇବ। ଏହି ବିଦ୍ୟାର୍ଥୀ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପ୍ରକାଶ କରି ଶ୍ରେଣୀଗୃହ(ଅଫଲାଇନ୍‌) ପରୀକ୍ଷା ରାଜ୍ୟର ୧୮୫ କେନ୍ଦ୍ରରେ ଦେଇଥିଲେ। ଗତ ମାସ ୧୧ ତାରିଖରେ ପରୀକ୍ଷା ସରିଥିଲେ ମଧ୍ୟ ଏଯାବତ୍‌ ଫଳ ପ୍ରକାଶ ପାଇପାରି ନଥିଲା। ଶୁକ୍ରବାର ବିଭାଗ ପକ୍ଷରୁ ଫଳ ପ୍ରକାଶ ନେଇ ଘୋଷଣା କରାଯାଇଛି। ତେବେ ପରିଷଦ ପକ୍ଷରୁ ଫଳ ସମ୍ବନ୍ଧୀୟ କୌଣସି ତଥ୍ୟ ଓ ସୂଚନା ପ୍ରଦାନ କରାଯାଇନି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶ ପାଇ ନ ଥିବାରୁ ସ୍ନାତକ(+୩)ରେ ନାମ ଲେଖାଇପାରି ନାହାନ୍ତି। ରାଜ୍ୟରେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଏହି ସ୍ବତନ୍ତ୍ର ପରୀକ୍ଷା ଦେଇଥିଲେ। ମୋଟ ୬୦ ହଜାର ଖାତା ଥିବାବେଳେ ଗତ ୪ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା। ଫଳ ପ୍ରକାଶନରେ ବିଳମ୍ବ ନେଇ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ଚଳିତ ମାସ ତାଗିଦା କରାଯାଇଥିଲା। ଫଳ ବିଳମ୍ବିତ ହେଉଥିବା ନେଇ ଗତକାଲି ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶୁକ୍ରବାର ଅନୌପଚାରକ ଭାବେ ଫଳ ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି ବିଧିବଦ୍ଧ ଭାବେ ଫଳ ପ୍ରକାଶ ହେବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories