ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଗୃହରେ ବୁଧବାର ଦିନ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଆର୍ଥିକ ବର୍ଷ ୨୦୨୨ ଏପ୍ରିଲ ୧ ଠାରୁ ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ବ୍ଲକ ବିଡିଓ ବିଶ୍ୱଜିତ ରାୟ, ଏବିଡ଼ିଓ ତ୍ରିପତି ବାଲାଜୀ ସାମନ୍ତରାୟ, ସହକାରୀ ଯନ୍ତ୍ରୀ ପଞ୍ଚାନନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ନାୟକ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ମଲଣା ପ୍ରମୁଖ ମଞ୍ଚାସୀନ ରହିଥିଲେ । ୨୦୨୨ ମସିହା ଏପ୍ରିଲ ୧ତାରିଖଠାରୁ ୨୦୨୩ ମସିହା ଅଗଷ୍ଟ ୨ ତାରିଖ ସୁଦ୍ଧା ବ୍ଲକର ୩୨ଟି ପଞ୍ଚାୟତରେ ୧୫ଲକ୍ଷ ୨୪ହଜାର ୯ଶହ ଶ୍ରମ ଦିବସ ଲକ୍ଷ୍ୟ ରହିଥିବା ବେଳେ ୧୦ଲକ୍ଷ ୪୦ହଜାର ୮ଶହ ୪୫ ଶ୍ରମ ଦିବସ ସୃଷ୍ଠି ହୋଇଛି। ୧୯କୋଟି ୮୧ଲକ୍ଷ ୮୫ହଜାର ଟଙ୍କା ଖର୍ଚ୍ଚ ହୋଇଛି ଏବଂ ୩ହଜାର ୨ଶହ ୨୬ଜଣ ପରିବାର ୧୦୦ଦିନ କାମ କରିଥିବା ସୂଚନା ମିଳିଛି । ଚଳିତ ବର୍ଷରେ ୧୧ଲକ୍ଷ ୫୫ହଜାର ୩୨୩ ଶ୍ରମ ଦିବସ ସୃଷ୍ଠି କରିବା ଲକ୍ଷ ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମମତା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ପଞ୍ଚଦଶ ଅର୍ଥ କମିଶନର ଏକ ବର୍ଷ ମଧ୍ୟରେ କରାଯାଇଥିବା କେଉଁ କେଉଁ ସ୍ଥାନରେ କାର୍ଯ୍ୟ କରାଯାଇଛି, ତାର ଆୟବ୍ୟୟ, ବଳକା ଟଙ୍କା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଶୁଣାଣି ହୋଇଥିଲା । ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ପଞ୍ଚାୟତ ଅଧିକାରୀ, ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିରକୁ ଏପିଓ ଗୋପାଳ ପଣ୍ଡା ପରିଚାଳନା କରିଥିବା ବେଳେ ଓଏଲଏମର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଅଜୟ କୁମାର ଦାସ ଧନ୍ୟବାଦ ଦେଇଥିଲେ ।
prayash

Comments are closed.