www.samajalive.in
Saturday, December 13, 2025
26.1 C
Bhubaneswar

ଚୀନରେ ଇମରାନ୍‌ ଖାନ୍‌ଙ୍କ ଭାଷଣର ସିଧାପ୍ରସାରଣ ବେଳେ ବେଜିଂକୁ ବେଗିଂ ଲେଖି ଭୁଲ୍‌ ମାଗିଲା ‘ପି ଟିଭି’

ବେଜିଂ . – ଏବେ ଚୀନ ଓ ପାକିସ୍ତାନ ମଧ୍ୟରେ ନିବିଡତା ବୃଦ୍ଧି ପାଇଛି । ପାକିସ୍ତାନ ଏବେ ଅର୍ଥନୈତିକ ଦୂରାବସ୍ଥା ଦେଖା ଦେଇଥିବା ବେଳେ ଚୀନ ପାକିସ୍ତାନସହ ସମ୍ପର୍କ ଦୃଢ କରିବା ପାଇଁ ପ୍ରୟାୟ ଚଳାଇଛି ।  ଆର୍ଥିକ ସହାୟତା ଆଶାରେ ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଚୀନ୍‌ ଗସ୍ତ  କରିଛନ୍ତି ।

ଚୀନ୍‌ରେ ଇମରାନ୍‌ ଖାନ୍‌ଙ୍କର ଭାଷଣର ସିଧା ପ୍ରସାରଣ ଚାଲିଥିବା ବେଳେ ପାକିସ୍ତାନର ସରକାରୀ ଟିଭି ‘ପି ଟିଭି ‘ବେଜିଂ ବଦଳରେ ବେଗିଂ (ଭିକ ମାଗିବା) ଲେଖିଥିଲା । ଏହାପରେ ପି ଟିଭି କ୍ଷମା ପ୍ରାର୍ଥନା କରିଛି । ଆର୍ଥିକ ସଂକଟ ମଧ୍ୟରେ ଥିବା ପାକିସ୍ତାନ ପାଇଁ ଏବେ ଅର୍ଥ ଯୋଗାଡ କରିବାକୁ ଇମରାନ୍‌ ଚୀନ୍‌ ଯାଇଛନ୍ତି । ଏହାପରେ ପିଟିଭିର ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରାୟ ୨୦ ସେକେଣ୍ଡରୁ ଅଧିକ ସମୟ ଟିଭି ପରଦା ଉପରେ ଏହି ଶଦ୍ଦ ଲେଖାଯାଇଥିଲା । ପରେ ଏହାକୁ ହଟାଇ ଦିଆଯାଇଥିଲା । ଏହି ଲେଖାକୁ ନେଇ ପି ଟିଭି ନିଜର ସାମାଜିକ  ଗଣମାଧ୍ୟମ ପୃଷ୍ଟା ଓ ଟିଭିରେ କ୍ଷମା ପ୍ରାର୍ଥନା କରିଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories