www.samajalive.in
Saturday, December 6, 2025
14.1 C
Bhubaneswar

ବୃନ୍ଦାବନ ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଗ୍ରାମବାସୀଙ୍କ ବିରୋଧ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୃନ୍ଦାବନ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହେବାକୁ ଯାଉଥିବାରୁ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ବୃନ୍ଦାବନ ଗ୍ରାମରେ ୧୯୮୭ ମସିହାରେ ଏହି ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଗ୍ରାମବାସୀ ଜାଣିବାକୁ ପାଇଲେ ସ୍କୁଲଟି ରାଧାନଗର ସ୍କୁଲକୁ ଉଠିଯିବ। ଏନେଇ ଜଣାପଡିବା ପରେ ଗତ ମେ ମାସ ୧୮ ତାରିଖରେ ଗ୍ରାମବାସୀ ବିଦ୍ୟାଳୟ ନ ଉଠିବା ପାଇଁ ବୈାଦ୍ଧ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ। ସେମାନଙ୍କୁ ସମସ୍ତେ ପ୍ରତିଶୃତି ଦେଇଥିଲେ ସ୍କୁଲ ଉଠିବ ନାହିଁ କିନ୍ତୁ ଏବେ ଉଠିବାର ନିର୍ଦ୍ଦେଶ ଆସିଛି। ଉକ୍ତ ଗ୍ରାମଟି ୫୭ ନମ୍ବର ଜାତୀୟ ରାଜପଥ କଡରେ ଅଛି। ମଥୁରା ପଞ୍ଚାୟତର ୧ ଓ ୨ ୱାର୍ଡ ନମ୍ବର ଅଟେ। ତିନୋଟି ସାହିକୁ ନେଇ ଗ୍ରାମ ହୋଇଥିବା ବେଳେ ଗ୍ରାମର ପରିବାର ସଂଖ୍ୟା ୧୨୨ ହେବ। ସୁବିଧା ଦୃଷ୍ଟିରୁ ପିଲାମାନେ ଗୋଟିଏ ସାହି ରାଧାନଗର ଓ ଅନ୍ୟ ସାହି ଚମ୍ପାପୁର ସ୍କୁଲ ପଢୁଛନ୍ତି। ଦରକାର ପଡିଲେ ସମସ୍ତ ପିଲାଙ୍କୁ ଗ୍ରାମ ସ୍କୁଲକୁ ଆଣାଯିବ କିନ୍ତୁ ଏହି ସ୍କୁଲ ଉଠା ନ ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଯେହେତୁ ପିଲାଙ୍କ ଜାତୀୟ ରାଜପଥରେ ଯିବାକୁ ପଡିବ ଗାଡି ମାଟରର ଭୟ ରହୁଛି। ଏପରିସ୍ଥଳେ ପିଲାଙ୍କୁ ମୁର୍ଖ କରିବୁ ସିନା ଅନ୍ୟ ସ୍କୁଲକୁ ଛାଡିବୁ ନାହିଁ। ପ୍ରଶାସନ ଯଦି ନ ଶୁଣନ୍ତି ତାହାହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories