୬ ଆତଙ୍କବାଦୀଙ୍କ ଏକ କୋଟି ୨୨ ଲକ୍ଷ ଟଙ୍କାର ୧୩ଟି ସମ୍ପତ୍ତି ଅଚଳ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାମ୍ମୁ କାଶ୍ମୀରରେ ମହମ୍ମଦ ସାଫି ଶାହା ଓ ହିଜ୍ବୁଲ୍ ମୁଜାହିଦିନ୍ର ୬ ଜଣ ଆତଙ୍କବାଦୀଙ୍କର ଏକ କୋଟି ୨୨ ଲକ୍ଷ ଟଙ୍କାର ୧୩ଟି ସମ୍ପତ୍ତିକୁ ଅଚଳ କରିଛି। ହିଜ୍ବୁଲ୍ ମୁଜାହିଦିନ୍ କମାଣ୍ଡର ମହମ୍ମଦ୍ ସୟଦ୍ ସଲାହୁଦ୍ଦିନ୍ ଓ ଅନ୍ୟମାନଙ୍କ ବିରୁଦ୍ଧରେ କଳାଧନ ଆଇନ୍ ଅନୁସାରେ ଚାଲିଥିବା ତଦନ୍ତରେ ଏହି ସମ୍ପତ୍ତିଗୁଡ଼ିକୁ ଅଚଳ କରାଯାଇଛି। ଇ.ଡି. କହିଛି, ଏନ୍.ଆଇ.ଏ. ଦ୍ୱାରା ମହମ୍ମଦ୍ ସାଫି ଶାହା ବିରୁଦ୍ଧରେ ଦାଖଲ କରାଯାଇଥିବା ଅଭିଯାଗପତ୍ରକୁ ଭିତ୍ତି କରି ଏହା ତଦନ୍ତ ଆରମ୍ଭ କରିଥିଲା। ସଲାହୁଦ୍ଦିନ୍, ଶାହା ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଅଧୀନରେ ଦାଖଲ ହୋଇଥିବା ଅଭିଯୋଗପତ୍ରକୁ ଭିତ୍ତି କରି ଇ.ଡି. ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଓ କଳାଧନ ମାମଲା ରୁଜୁ କରିଥିଲା।