www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଫେସର ଦୀପକ କୁମାର ସାହୁ ହେଲେ ଭିଏସଏସୟୁଟି ନୂଆ କୁଳପତି  

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି। ଆଜି ପ୍ରଫେସର ଦୀପକ କୁମାର ସାହୁଙ୍କୁ  ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମପତି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍  ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସଏଟି)ର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।
ଓୟୁଟିଆରରେ ବିଏସସି ଇଂଜିନିୟରିଂ (ସିଭିଲ୍) ପରେ ପ୍ରଫେସର ସାହୁ ସିୟୁଏସଏଟିରେ ଏମ୍.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍କିରୁ ପିଏଚଡି ଡିଗ୍ରୀ ହାସଲ୍ କରିଥିଲେ। ଏହାସହିତ ପ୍ରଫେସର ସାହୁ  ଏଲଏଲବି ମଧ୍ୟ କରିଛନ୍ତି। ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି।
ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍ସିଲର ସଦସ୍ୟ ଏବଂ ସିନେଟର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି। ପାଠ୍ୟଗତ ସଫଳତା ମଧ୍ୟରେ ଗୋଟିଏ ପୁସ୍ତକରେ ପ୍ରକାଶନ, ଗୋଟିଏ ପୁସ୍ତକର ସଂପାଦନା ମୁଖ୍ୟ ଏବଂ ଛଅଟି ସନ୍ଦର୍ଭର ସମୀକ୍ଷା କରିଛନ୍ତି ଏବଂ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନ ପାଇଁ ପ୍ରଫେସର ସାହୁଙ୍କର ଅବଦାନ ରହିଛି।  ଏହାବ୍ୟତୀତ ପ୍ରଫେସର ସାହୁଙ୍କ ଅଧିନରେ ୬ଜଣ ଗବେଷକ ସଫଳତାର ସହ ପିଏଚଡି ଡ଼ିଗ୍ରୀ ହାସଲ କରିଛନ୍ତି। ତାଙ୍କ ତତ୍ୱାବଧାନରେ ଷ୍ଟ୍ରକ୍ଚରାଲ କଂକ୍ରିଟ ପୁନଃ ପ୍ରକ୍ରିୟା କରଣ, କଂକ୍ରିଟର ସମ୍ମିଶ୍ରଣର ବୈଧତା ଉପରେ ଏକ ଅନୁସନ୍ଧାନ ଗବେଷଣା ପ୍ରକଳ୍ପ ତିଆରି କରାଯାଇଛି।
ସୁଚନା ଯୋଗ୍ୟ ଯେ, ଭିଏସଏସୟୁଟିର କୁଳପତି ଭାବରେ ପ୍ରଫେସର ବଂଶୀଧର ମାଝୀଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ସମ୍ପୁର୍ଣ୍ଣ ହେବା ପରେ ପ୍ରଫେସର ବିଭୁତି ଭୂଷଣ ପତିଙ୍କୁ କାର୍ଯ୍ୟକାରୀ କୁଳପତି ଭାବରେ ଦାୟିତ୍ୱ ଦିଆଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories