www.samajalive.in
Sunday, December 7, 2025
26.1 C
Bhubaneswar

ଗୁରୁଗାଓଁ ଆରାଲିଆଜ ଆପାର୍ଟମେଣ୍ଟକୁ ସ୍ଥାନାନ୍ତରିତ ହେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଦିଲୀରେ ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁଗାଓଁକୁ ସ୍ଥାନାନ୍ତରିତ ହେବେ। ଗୁରୁଗାଓଁ ଗଲ୍ଫ କୋର୍ସ ରୋଡ଼ସ୍ଥିତ ଏକ ଦାମୀ ହାଉସିଂ ସୋସାଇଟିକୁ ସେ ପରିବାର ସହ ଯିବେ । ସୋସାଇଟିରେ ତାଙ୍କର ଫ୍ଲାଟର ମରାମତି କାର୍ଯ୍ୟ ଶେଷ ହୋଇଛି ଏବଂ ସୁରକ୍ଷା ସଂକ୍ରାନ୍ତ ଅନୁମତି ମିଳିବା ପରେ ସେ ପରିବାର ସହ ୩୦ ଜୁଲାଇ ମଧ୍ୟରେ ସେଠାକୁ ଚାଲିଯିବେ । ଗଲ୍ଫ କୋର୍ସ ରୋଡ଼ରେ ଆରାଲିଆଜ ଓ ମ୍ୟାଗନୋଲିଆ ନାମରେ ଦୁଇଟି ସୋସାଇଟି ରହିଛି । ଡ଼ିଏଲଏଫ୍ ଏହାର ନିର୍ମାଣ କରିଛି। ଏହି ଦୁଇ ଆପାର୍ଟମେଣ୍ଟରେ ଦେଶର ବହୁ ନାମୀଦାମୀ ବ୍ୟକ୍ତି ରହୁଛନ୍ତି । ରାଜନୀତି, କ୍ରୀଡ଼ା, ବଲିଉଡ଼ ଓ ଶିଳ୍ପ ଜଗତ ସହ ସମ୍ପୃକ୍ତ ବହୁ ବଡ଼ବଡ଼ ଲୋକ ଏଠାରେ ରହୁଛନ୍ତି । ଆରାଲିଆଜ ସୋସାଇଟିରେ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କର ବି ଫ୍ଲାଟ ରହିଥିବା କୁହାଯାଉଛି । ଆରିଲିଆଜ ସୋସାଇଟି ଗୁରୁଗାଓଁର ସବୁଠୁ ମହଙ୍ଗା ସୋସାଇଟି ମଧ୍ୟରୁ ଗୋଟାଏ । ଏଠାରେ ୪ ବେଡ଼ରୁମ୍ ବାଲା ଫ୍ଲାଟର ଦାମ୍ ୧୨ କୋଟିରୁ ଆରମ୍ଭ ହୋଇଥାଏ । ଏଠାରେ ସାଧାରଣତଃ ଭଡ଼ାରେ ଫ୍ଲାଟ ମିଳେନାହିଁ, ତଥାପି ୪ ବେଡ଼ରୁମ୍ ବାଲା ଫ୍ଲାଟର ମାସିକ ଭଡ଼ା ଅନ୍ୟୂନ ୨.୫ ଲକ୍ଷ କିମ୍ବା ଏହାଠୁ ଅଧିକ ।

- Advertisement -

ଗତ କିଛିଦିନ ହେଲା ଏହି ସୋସାଇଟିରେ ସୁରକ୍ଷା କର୍ମୀଙ୍କ ଯାତାୟତ ବୃଦ୍ଧି ପାଇଛି । କୁହାଯାଉଛି ଯେ ପ୍ରିୟଙ୍କା ଗାନ୍ଧୀ ଏହି ସୋସାଇଟିରେ ବାସିନ୍ଦା ହେବେ । ଯେଉଁ ଫ୍ଲାଟରେ ପ୍ରିୟଙ୍କା ରହିବେ ବୋଲି କୁହାଯାଉଛି ସେଠାରେ ରଙ୍ଗକାମ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ବି ଶେଷ ହୋଇଛି ।  ଏଠାକାର ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି । ଡ଼ିଏଲ୍ଏଫ୍ ପକ୍ଷରୁ ଦ୍ବିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ତ ରହିଛି, ଏହା ସହ ଏଠାରେ ରହୁଥିବା ଲୋକମାନଙ୍କର ମଧ୍ୟ ନିଜସ୍ବ ସୁରକ୍ଷା ବ୍ୟବସ୍ଥା ରହିଛି । ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା ପରେ ପ୍ରିୟଙ୍କା ଏଠାକୁ ସ୍ଥାନାନ୍ତର ହେବେ ବୋଲି କୁହାଯାଉଛି । ସୋସାଇଟିରେ ୧୧ଟି ଟାୱାର ରହିଛି ଓ ପ୍ରତ୍ୟେକ ଟାୱାର ୧୭ ମହଲା ।

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories