ଶିମଲା : ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କରୋନା ସଙ୍କଟ ସମୟରେ ଶିମଲା ଭ୍ରମଣରେ ପହଞ୍ଚିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମଲା ଠାରୁ ପ୍ରାୟ ୧୩ କିମି ଦୂରରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ରହିଛନ୍ତି। ତାଙ୍କ ଦୁଇ ପିଲାଙ୍କ ସମେତ ମୋଟ ପାଞ୍ଚ ଜଣ ଲୋକ ସେହି ବାସଭବନରେ ରହିଛନ୍ତି। ତେବେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ତାଙ୍କ ସହ ଆସିନାହାଁନ୍ତି। ଅଗଷ୍ଟ ୧୯ରେ ଏମାନେ ସଡକ ପଥରେ ପ୍ରଥମେ ଚଣ୍ଡିଗଡ଼ ଏବଂ ପରେ ଦିଲ୍ଲୀ ଫେରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ପ୍ରିୟଙ୍କା ଭଦ୍ରା ପୂର୍ବରୁ ଅଗଷ୍ଟ ୧୦ରେ ସ୍ଥାନୀୟ ପ୍ରଶାସନ ଠାରୁ ଏକ ଇ-ପାସ୍ ପାଇଥିଲେ କିନ୍ତୁ ରାଜସ୍ଥାନ ରାଜନୀତି ହେତୁ ତାଙ୍କ ଗସ୍ତ ସ୍ଥଗିତ ରଖାଯାଇଥିଲା। ରାଜସ୍ଥାନରେ ବିବାଦ ଥମିବା ପରେ ପ୍ରିୟଙ୍କା ବର୍ତ୍ତମାନ ଶିମଲାରେ ପହଞ୍ଚିଛନ୍ତି। ଏଥିପାଇଁ ସେ ଜିଲ୍ଲାରେ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ। ନିୟମ ଅନୁଯାୟୀ, ବର୍ତ୍ତମାନ ସେମାନଙ୍କୁ ହୋମ କ୍ବାରେନଣ୍ଟାଇନରେ ରହିବାକୁ ପଡିବ।
ପ୍ରକାଶ ଯେ, ପ୍ରିୟଙ୍କା ଗାନ୍ଧୀଙ୍କ ଘର ଶିମଲା ଠାରୁ ୧୩ କିମି ଦୂରରେ ଏବଂ ସମୁଦ୍ର ପତ୍ତନଠାରୁ ପ୍ରାୟ ଆଠ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ଘରଟି ପାହାଡି ଢାଞ୍ଚାରେ ନିର୍ମିତ ଏବଂ ଦେବଦାରୁ କାଠରେ ସଜାଯାଇଛି। ଘରର ଚାରିପାଖରେ ସବୁଜ ଏବଂ ସୁନ୍ଦର ଦେବଦାରୁ ଗଛ ରହଛି।



