www.samajalive.in
Friday, December 12, 2025
26.1 C
Bhubaneswar

ପ୍ରିୟଙ୍କା ପ୍ରଚାର କରିଥିବା ୯୭% ଆସନରେ ହାରିଛି କଂଗ୍ରେସ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ସ୍ଥିତି ପରେ ପରାଜୟର କାରଣ ଖୋଜା ଚାଲିଛି। ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। କଂଗ୍ରେସରେ ନେହରୁ-ଗାନ୍ଧୀ ପରିବାର ନେତୃତ୍ୱ ଏକପ୍ରକାର ଫେଲ୍‍ ମାରିଛି ବୋଲି କୁହାଯାଉଛି।
ଚଳିତ ଥର ନେହରୁ- ଗାନ୍ଧୀ ପରିବାରର ନୂଆ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପାଦ ଥାପିଥିଲେ। ତାଙ୍କ ଆଗମନରେ ଦଳ ଭଲ ପ୍ରଦର୍ଶନ କରିବେ ବୋଲି କୁହାଯାଉଥିଲା। ମାତ୍ର ତାଙ୍କ ପ୍ରଚାର ଓ ପ୍ରସାରର କୌଣସି ଫଳ ମିଳିଥିବା ପରି ଲାଗୁନାହିଁ।

ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩୮ଟି ର‍୍ୟାଲି କରିଥିଲେ। ଏହା ମଧ୍ୟରୁ ୨୬ଟି ର‍୍ୟାଲି କେବଳ ଉତ୍ତରପ୍ରଦେଶରେ ଓ ବାକି ର‍୍ୟାଲି ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ କରିଥିଲେ। ତେବେ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିଥିବା ୯୭% ଆସନରେ କଂଗ୍ରେସ ହାରି ଯାଇଛି। ପ୍ରିୟାଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶ ଓ ଜ୍ୟୋତିରାଦିତ୍ୟ ସିଦ୍ଧିଆଙ୍କୁ ପଶ୍ଚିମ ଉତ୍ତରପ୍ରଦେର ପ୍ରଭାରୀ କରାଯାଇଥିଲା। ଉତ୍ତରପ୍ରଦେଶରେ ତ୍ରିକୋଣୀୟ ଲଢେଇ ଥିଲା। ହେଲେ ଉତ୍ତରପ୍ରଦେଶରେ ତୃତୀୟ ସ୍ଥାନରେ ରହି କଂଗ୍ରେସ ନିର୍ବାଚନୀ ଅଭିଯାନ ଶେଷ କରିଛି। ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ପ୍ରିୟଙ୍କା ପ୍ରଚାର କରିଥିବା ଆସନରେ କଂଗ୍ରେସ ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଲୋକସଭା ଆସନ ଅମେଠିରେ ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଛନ୍ତି। କେବଳ ଗୋଟିଏ ଆସନ ଭାବେ ତାଙ୍କ ମା’ ସୋନିଆ ଗାନ୍ଧୀ ରାୟବରେଲିରୁ ବିଜୟୀ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜର ପାରମ୍ପରିକ ଗୁଣା ଲୋକସଭା ଆସନରୁ ପରାଜିତ ହୋଇଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories