www.samajalive.in
Friday, December 12, 2025
19.1 C
Bhubaneswar

ଆତଙ୍କ ବନ୍ଦ କର, ଆଲୋଚନା ହେବ: ହର୍ଷ ବର୍ଦ୍ଧନ ଶୃଙ୍ଗଲା

ୱାଶିଙ୍ଗଟନ: ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଦେବା ବନ୍ଦ ନ କରିବା ଯାଏ କୌଣସି କଥାବାର୍ତ୍ତା ହେବ ନାହିଁ ବୋଲି ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶୃଙ୍ଗଲା କହିଛନ୍ତି। ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ବହୁମତ ହାସଲ କରିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗତ ଫେବୃଆରୀ ୧୪ରେ କାଶ୍ମୀରର ପୁଲୱାମା ଜିଲ୍ଲାରେ ପାକିସ୍ତାନ ସମର୍ଥିତ ଜୈସେ ମହମ୍ମଦ ଦ୍ୱାରା ଆତ୍ମଘାତୀ ଆକ୍ରମଣରେ ୪୦ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହେବା ହେବା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ଭାରତୀୟ ବାୟୁସେନା ପାକିସ୍ତାନର ଵାଲାକୋଟରେ ଥିବା ଜୈସେ ମହମ୍ମଦ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା।

ଶୃଙ୍ଗଲା କହିଛନ୍ତି ଯେ ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାକିସ୍ତାନ ଉପରେ ନିର୍ଭର କରେ। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ସମୟରେ ଆମେରିକୀୟ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବ୍ୟବହାର କରି ବିଶୃଙ୍ଖଳା ସୃଷ୍ଟି କରୁଥିବ ଓ ଭାରତ ତାର ଶିକାର ହେଉଥିବ, ସେ ଯାଏଁ କୌଣସି ଭାରତୀୟ ସରକାର ପାକିସ୍ତାନ ସହ କଥାବାର୍ତ୍ତା କରିବା ପାଇଁ ଆଗ୍ରହ ଦେଖାଇବେ ନାହିଁ। ଭାରତ-ପାକ ସମ୍ପର୍କର ଭବିଷ୍ୟତ ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଶୃଙ୍ଗଲା କହିଛନ୍ତି, ପାକିସ୍ତାନ ତାର ଲକ୍ଷ୍ୟ ହାସଲ ପାଇଁ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ମାଧ୍ୟମ ରୂପେ ବ୍ୟବହାର କରିବା ଯେଉଁଦିନ ଛାଡ଼ିଦେବ, ଭାରତ ସରକାର ପଦକ୍ଷେପ ଗ୍ରହଣ କରିବେ।

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମାଳଦ୍ଵୀପ ଏବଂ ଆଫଗାନିସ୍ତାନ ସହ ଭାରତ ଯେଉଁଭଳି ସୁସମ୍ପର୍କ ସ୍ଥାପନ କରିଛି, ପାକିସ୍ତାନ ସହ ମଧ୍ୟ ସେଭଳି ସମ୍ପର୍କ ସ୍ଥାପନ ପାଇଁ ପ୍ରତ୍ୟେକ ଭାରତୀୟ ଇଛା କରନ୍ତି। ଇତି ମଧ୍ୟରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ସୌହାର୍ଦ୍ୟ ସ୍ଥାପନ ପାଇଁ ଆଶା ପ୍ରକାଶ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories