www.samajalive.in
Saturday, December 6, 2025
19.1 C
Bhubaneswar

ବିନାନୁମତିରେ ଚାଲିଛି ଶତାଧିକ ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର : ଘରୋଇ ବିଦ୍ୟାଳୟର ମନମାନୀ ଏବେ ବି ଚାଲୁ ରହିଛି। ସରକାରଙ୍କ ନିର୍ଦିଷ୍ଟ ନୀତିନିୟମ ନମାନି ଶତାଧିକ ଘରୋଇ ଇଂରାଜୀ ବିଦ୍ୟାଳୟ ଶିକ୍ଷାଦାନ ଦେବା ସହିତ ପିଲାଙ୍କ ନାମଲେଖାଇବା ପାଇଁ ପ୍ରଚାର ଓ ବିଜ୍ଞାପନ ଦେଉଛନ୍ତି। ଏହାକୁ ବୁଝି ନପାରି ବହୁ ଅଭିଭାବକ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଉଛନ୍ତି। ଯାହାଫଳରେ ଆଗାମୀ ଦିନରେ ଉକ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାଜ୍ୟରେ ୨୯୪ଟି ଘରୋଇ ବିଦ୍ୟାଳୟ ସରକାରଙ୍କଠାରୁ ଅନୁମତି ନେଇ ଥିବାବେଳେ ଶତାଧିକ ବିଦ୍ୟାଳୟ ବେଆଇନ ଭାବେ ଶିକ୍ଷାଦାନ ଦେଇ ଆସୁଛନ୍ତି। ଏନେଇ ବିଭାଗ ନିକଟକୁ ବହୁ ଅଭିଯୋଗ ଆସିବାରୁ ଏହାକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ନେବାକୁ ପଦକ୍ଷେପ ଆରମ୍ଭ ହୋଇଥିବା ଜଣାଯାଇଛି।
ଏସମ୍ପର୍କରେ ଗଣଶିକ୍ଷା ବିଭାଗର ସ୍ପଷ୍ଟ ନିର୍ଦେଶନାମା ରହିଛି ଯେ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକ ସରକାରଙ୍କ ବିନା ଅନୁମତିରେ ଚଳାଇ ପାରିବେ ନାହିଁ। ଯେଉଁ ଘରୋଇ ବିଦ୍ୟାଳୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀ(ପ୍ରଥମରୁ ଅଷ୍ଟମ ଶ୍ରେଣୀ) ସିବିଏସଇ/ଆଇସିଏସଇ ସହିତ ସହବନ୍ଧିତ ସେମାନେ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କଠାରୁ ସିଓଆର ନେବେ। ସେହିପରି ନବମ ଓ ଦଶମ ଶ୍ରେଣୀ ଚାଲୁଥିବା ବିଦ୍ୟାଳୟଗୁଡିକ ଏନଓସି ନେବେ। ଏନେଇ ବିଭାଗ ପକ୍ଷରୁ ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ହେଲେ ରାଜ୍ୟରେ ଏବେ ବି ଶତାଧିକ ଘରୋଇ ବିଦ୍ୟାଳୟ ସରକାରଙ୍କଠାରୁ ଅନୁମତି ନନେଇ ଶିକ୍ଷାଦାନ ଦେବା ସହିତ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀକୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ରାଜ୍ୟରେ ଏବେ ବି ବହୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ନନେଇ ଚଳାଇ ଆସୁଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଅଭିଭାବକମାନେ ଯଦି ବିଦ୍ୟାଳୟର ଅନୁମତି ନେଇ ଓପେପା ୱେବସାଇଟରେ ଅନୁସନ୍ଧାନ କରିବେ ତେବେ ବିଦ୍ୟାଳୟର ବୈଧତା ଜାଣି ପାରିବେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories