www.samajalive.in
Friday, December 12, 2025
15.1 C
Bhubaneswar

ଭିଜିଲାନ୍ସ ହାତରେ ପ୍ରିନ୍ସପାଲ, ଲାଞ୍ଚ ନେବା ସମୟରେ ଧରାପଡିଲେ  

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ବ୍ଳକର ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳର ପ୍ରିନ୍ସପାଲ ଜୈନିକ ଯୁବକକୁ ଚୌକିଦାର ପଦବୀରେ ନିଯୁକ୍ତି କରିଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ , ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଚୌକିଦାର ପଦବୀରେ ନିଯୁକ୍ତି ହେବା ପାଇଁ ମଦନପୁରରାମପୁର ର ଗଙ୍ଗାଧର ବାଗ ଆବେଦନ କରିଥିଲା। ୪୦ ହଜାର ଟଙ୍କା ଲାଞ୍ଚ ଦେଲେ ତାକୁ ଉକ୍ତ ଚୌକିଦାର ପଦବୀରେ ନିଯୁକ୍ତି କରିଦେବେ ବୋଲି ପ୍ରିନ୍ସପାଲ କ୍ଷିତିଶ ଭୂଷଣ ବିଶ୍ୱାଳ କହିଥିଲେ। ଏତେ ଟଙ୍କା ସେ ଦେଇ ପାରିବେ ନାହିଁ ବୋଲି ଗଙ୍ଗାଧର ପ୍ରିନ୍ସପାଲ ଶ୍ରୀ ବିଶ୍ୱାଳ  କୁ  କହିବା ସହିତ ଆଉ କିଛି କମ କରିବାକୁ ଅନୁରୋଧ କରିଥିଲେ। ୪୦ ହଜାରରୁ ଏକ ଟଙ୍କା କମ ହେଲେ ତାଙ୍କ କାମ ହେବ ନାହିଁ ବୋଲି ପ୍ରିନ୍ସପାଲ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଅନ୍ୟ ଉପାୟ ନ ପାଇ ଗଙ୍ଗାଧର ବାଗ ଭବାନୀପାଟଣା ଭିଜିଲାନ୍ସ କୁ ଘଟଣା ସଂମ୍ପର୍କରେ ଜଣାଇଥିଲେ । ଭିଜିଲାନ୍ସ  ବିଭାଗ ତଦନ୍ତ କରି ଉକ୍ତ ଅଭିଯୋଗ ସତ୍ୟାସତ୍ୟ ଥିବା ଜାଣିବା ବାକୁ ପାଇ ଥିଲେ । ଭିଜିଲାନ୍ସ ନିର୍ଦ୍ଦେଶ କ୍ରମେ ୧୮ ତାରଖ ଦିନ ଗଙ୍ଗାଧର ବାଗ ୪୦ ହଜାର ଟଙ୍କା  ପ୍ରିନ୍ସପାଲ କ୍ଷିତିଶ ଭୂଷଣ ବିଶ୍ୱାଳ ଲାଞ୍ଚ ଦେଇଥିଲେ । ପୂର୍ବରୁ କିଛି ଦୂରରେ ଥିବା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃରେ ଭିଜିଲାନ୍ସ କର୍ମଚାରୀ ମାନେ ତୁରନ୍ତ ଚଢ଼ଉ କରି ପ୍ରିନ୍ସପାଲ ଶ୍ରୀ ବିଶ୍ୱାଳଙ୍କ ଠାରୁ କେମିକାଲ ବୋଳିତ ୪୦ ହଜାର ଟଙ୍କା ଜବତ କରିବା ସହିତ ପ୍ରିନ୍ସପାଲ ଶ୍ରୀ ବିଶ୍ୱାଳ ଙ୍କୁ ଗିରଫ କରାଯାଇ ଭବାନୀପାଟଣା ଆଣିବା ପରେ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ଡିଏସପି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories