ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ବ୍ଲକ ଅଧିନସ୍ଥ ବାକଟିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀକାନ୍ତ ଦଳାଇ ନକଲି ବିଇଡି ସାର୍ଟିଫିକେଟ ନେଇ ୨୦୧୧ ମସିହାରୁ ନିଯୁକ୍ତି ପାଇ ଶିକ୍ଷକତା କରି ଆସୁଥିଲେ। ଅନେକ ସମୟରେ ନକଲି ସାର୍ଟିଫିକେଟ ନେଇ ଅଭିଯୁକ୍ତ ଶ୍ରୀକାନ୍ତ ଦଳାଇଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ନେଇ କଡିଙ୍ଗା ପୁଲିସ ତଦନ୍ତ ପରେ ଆଜି ଅଭିଯୁକ୍ତ ଶ୍ରୀକାନ୍ତ ଦଳାଇଙ୍କୁ ନିଜ ଜିଲ୍ଲା ଭଦ୍ରକରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଶ୍ରୀକାନ୍ତ ଦଳାଇ ବଦ୍ରକ ଜିଲ୍ଲା ବାନସର ଗ୍ରାମର ବୋଲି ଜଣାଯାଇଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।
Popular Categories



