www.samajalive.in
Friday, December 12, 2025
26.1 C
Bhubaneswar

ଜି୨୦ ନୂଆଦିଲ୍ଲୀ ଘୋଷଣାନାମା କାର୍ଯ୍ୟକାରୀତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଡେସ୍କ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର ଆଜି ଜି୨୦ ନୂଆଦିଲ୍ଲୀ ନେତୃବୃନ୍ଦଙ୍କ ଘୋଷଣାନାମା କାର୍ଯ୍ୟକାରୀତା ଓ ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ, ଜି୨୦ ଶେରପା, ଜି୨୦ ମୁଖ୍ୟ ସଂଯୋଜକ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହାର ଅଂଶ ଭାବରେ, ସମ୍ପୃକ୍ତ ବିଭାଗ ସହିତ ଜଡିତ ୭ଟି ୱେବିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ୱେବିନାର ଗୁଡିକର ବିଷୟ ହେଉଛି (୧) ଦେଉଡ଼, ସ୍ଥାୟୀ, ସନ୍ତୁଳିତ ଏବଂ ସମାଵେଶୀ ଅଭିବୃଦ୍ଧି (୨) ସ୍ଥାୟୀ ବିକାଶ ଲକ୍ଷ୍ୟ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା (୩) ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି (୪) ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ (୫) ବୈଷୟିକ ପରିବର୍ତ୍ତନ ଏବଂ ଡିଜିଟାଲ୍ ପବ୍ଲିକ୍ ଭିତ୍ତିଭୂମି (୬) ମହିଳା ନେତୃତ୍ୱାଧୀନ ବିକାଶ ଏବଂ (୭) ଆତଙ୍କବାଦ ଏବଂ ଅର୍ଥ ହେରଫେର ମୁକାବିଲା।

- Advertisement -

ଏଥିସହ, ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ କ୍ଷେତ୍ର ବିଶେଷଜ୍ଞଙ୍କଠାରୁ ସୂଚନା ସଂଗ୍ରହ କରିବା ପାଇଁ ଦେଶର ବିଭିନ୍ନ ଥିଙ୍କ ଟ୍ୟାଙ୍କକୁ ନିୟୋଜିତ କରିବା ପାଇଁ ଏକ ସେମିନାର ଯୋଜନା କରାଯାଇଛି। ଏ ନେଇ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ ଘୋଷଣାର କାର୍ଯ୍ୟକାରିତାକୁ ନିୟମିତ ତଦାରଖ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ମନିଟରିଂ ମେକାନିଜିମ୍ ଗଠନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ଆଗାମୀ ଜି୨୦ ଭର୍ଚୁଆଲ୍ ସମ୍ମିଳନୀ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି। ଯେହେତୁ ଏହା ପ୍ରଥମ ଥର ଯେ ମୁଖ୍ୟ ସମ୍ମିଳନୀ ପରେ କୌଣସି ଦେଶ ଏପରି ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଆୟୋଜନ କରିବ, ତେଣୁ ସେ ସମସ୍ତ ସଦସ୍ୟ-ଦେଶ ତଥା ଅତିଥି ଦେଶମାନଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories