ଭୁବନେଶ୍ୱର : ଏସୀୟ କ୍ରିଡାର ଜାଭେଲିନ୍ ଥ୍ରୋ ରେ ରୈାପ୍ୟ ପଦକ ହାସଲ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ରାଜ୍ୟ ଏବଂ ଦେଶ ପାଇଁ ଗୈାରବ ଆଣିଥିବା ଓଡିଆ ପୁଅ କିଶୋର କୁମାର ଜେନାଙ୍କୁ ବ୍ୟାଙ୍କ ଅଫ୍ ବରୋଦା ନିଜ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧନା ଜଣ।।ଇଛି ।
ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍ ବରୋଦାର ଉପ-ମହାପ୍ରବନ୍ଧକ ଡଃ ରମେଶ କୁମାର ମହାନ୍ତି,ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ପ୍ରବନ୍ଧକ ଦିଲ୍ଲୀପ ଦାସ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି କିଶୋର ଜେନାଙ୍କୁ ଉତ୍ସାହିତ କରିଥିଲେ । କିଶୋର ଜେନା ଆମ ରାଜ୍ୟର ଗୈାରବ ଏବଂ ଆଗକୁ ଉନ୍ନତରୁ ଉନ୍ନତ ପ୍ରଦର୍ଶନ କରି କ୍ରିଡା ଦିଗରେ ନିଜକୁ
ଆହୁରି ଉଚ୍ଚ ସ୍ତରକୁ ନେଇ ଯାଆନ୍ତୁ ବୋଲି ଡଃ ରମେଶ କୁମାର ମହାନ୍ତି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗରିବ ପରିବାରରୁ ଆସି ଅକ୍ଲାନ୍ତ ପରଶ୍ରମ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି ଏବଂ ଏଥିରେ ସରକାରଙ୍କର ବହୁତ ସହଯୋଗ ରହିବା ସହ ସମସ୍ତଙ୍କର ଆର୍ଶୀବାଦ ଥିବା କଥା କିଶୋର କହିଛନ୍ତି ।
ସେଠାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ କ୍ରିଡା ପ୍ରତି ନିଜ ପିଲାମାନଙ୍କୁ ଉତ୍ସାହିତ କରିବାକୁ କହିଛନ୍ତି । ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ସମସ୍ତ କର୍ମଚାରୀମାନେ କିଶୋରଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ କ୍ରିଡା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କାମନା କରିଛନ୍ତି ।



