www.samajalive.in
Saturday, December 6, 2025
15.1 C
Bhubaneswar

ଆସନ୍ତାକାଲି ୩ଟି ଉଚ୍ଚକ୍ଷମତା ସଂପନ୍ନ କୋଭିଡ-୧୯ ପରୀକ୍ଷାଗାରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ସୋମବାର ଅପରାହ୍ନରେ ଉଚ୍ଚକ୍ଷମତା ସଂପନ୍ନ କୋଭିଡ-୧୯ ପରୀକ୍ଷାଗାରକୁ  ଉଦ୍‌ଘାଟନ କରିବେ। ଏହି ପରୀକ୍ଷାଗାର ଦ୍ୱାରା ଦେଶରେ କରୋନା ଭୂତାଣୁ ନମୁନା ପରୀକ୍ଷା ଦକ୍ଷତା ଓ ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି ପାଇବ। ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମିତଙ୍କୁ ଆଗୁଆ ଚିହ୍ନଟ ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସୁଗମ ହେବା ସହ ମହାମାରୀ ସଂକ୍ରମଣକୁ ରୋକି ହେବ।

- Advertisement -

ଦେଶର ୩ଟି ସ୍ଥାନରେ ଏହି ଉଚ୍ଚକ୍ଷମତା ସଂପନ୍ନ ପରୀକ୍ଷାଗାରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ନୋଏଡାସ୍ଥିତ ଆଇସିଏମ୍‌ଆର ଜାତୀୟ କର୍କଟ ଦୂରୀକରଣ ଓ ଗବେଷଣା ପ୍ରତିଷ୍ଠାନରେ ସ୍ଥାପନ କରାଯାଇଥିବାବେଳେ ଦ୍ୱିତୀୟଟି ମୁମ୍ବଇସ୍ଥିତ ଆଇସିଏମ୍‌ଆରର ଜାତୀୟ ପ୍ରଜନନ ସ୍ୱାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ସ୍ଥାପନ କରାଯାଇଛି। ତୃତୀୟଟି କୋଲକାତାସ୍ଥିତ ଆଇସିଏମ୍‌ଆରର ଜାତୀୟ ହଇଜା ଏବଂ ପେଟରୋଗ ପ୍ରତିରୋଧ  ପ୍ରତିଷ୍ଠାନରେ ସ୍ଥାପିତ ହୋଇଛି। ଏହି ୩ଟି ଅତ୍ୟାଧୁନିକ ଆଇସିଏମ୍‍ଆର ପରୀକ୍ଷାଗାରକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ। ଏହି ୩ଟି ଉଚ୍ଚକ୍ଷମତା ସଂପନ୍ନ ପରୀକ୍ଷାଗାର ଫଳରେ ଦୈନିକ ୧୦ ହଜାର ନମୁନା ପରୀକ୍ଷା ହୋଇପାରିବ ।

ଅନ୍ୟପକ୍ଷରେ ଆଇସିଏମ୍‍ଆର ଏଥିପାଇଁ ଅଧିକରୁ ଅଧିକ ପରୀକ୍ଷାଗାରକୁ ଅନୁମତି ଦେଇ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାକୁ ପ୍ରଚେଷ୍ଟା ଚଳାଇଛି। କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଧିକ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି,ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଇ ଦେଶରେ କୋଭିଡ୍‍ ନମୁନା ପରୀକ୍ଷା ବୃଦ୍ଧି କରାଯାଇ ପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories