ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଚାରି ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ ୨୦୧୬ ମସିହା ନଭେମ୍ବର ୮ରେ ବିମୁଦ୍ରୀକରଣ ପାଇଁ ତାଙ୍କ ସରକାରଙ୍କ ନିଷ୍ପତ୍ତି କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିମୁଦ୍ରୀକରଣକୁ ଚାରି ବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତିର ଲାଭ ଉପରେ ଆଲୋକପାତ କରିଛନ୍ତି।
Demonetisation has helped reduce black money, increase tax compliance and formalization and given a boost to transparency.
These outcomes have been greatly beneficial towards national progress. #DeMolishingCorruption pic.twitter.com/A8alwQj45R
— Narendra Modi (@narendramodi) November 8, 2020
ପ୍ରଧାନମନ୍ତ୍ରୀ ଟ୍ବିଟରେ ଉଲ୍ଲେଖକରି କହିଛନ୍ତି ଯେ ତାଙ୍କ ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଦେଶରୁ କଳା ଟଙ୍କା ହ୍ରାସ କରିବାରେ ସହାୟକ ହୋଇଛି। ଏଥି ସହିତ ଦେଶରୁ ଟିକସ ସଂଗ୍ରହକୁ ବୃଦ୍ଧି କରିବା ସହ ଟିକସ ଏବଂ ଜିଡିପି ଅନୁପାତକୁ ବୃଦ୍ଧି କରିଛି। ଭାରତକୁ ନଗଦ ଭିତ୍ତିକ ଅର୍ଥନୀତିରେ ପରିଣତ କରିଛି ଏବଂ ଜାତୀୟ ନିରାପତ୍ତାକୁ ସୁଦୃଢ କରିଛି। ଦେଶର ଅଗ୍ରଗତି ପାଇଁ ଏହି ଫଳାଫଳ ଅତ୍ୟନ୍ତ ଲାଭଦାୟକ ଅଟେ ବୋଲି ମୋଦୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ ସହିତ ଏକ ଗ୍ରାଫିକ୍ ଅଂଶୀଦାର ମଧ୍ୟ ଟ୍ବିଟ୍ କରିଛନ୍ତି ଯେଉଁଥିରେ ଏହା ବିମୁଦ୍ରିକରଣର ଲାଭ ଆଲୋକପାତ କରାଯାଇଛି।
Comments are closed.