www.samajalive.in
Friday, December 5, 2025
26.1 C
Bhubaneswar

୨୭ରେ ‘ଅମୃତ ଭାରତ ଏକ୍ସପ୍ରେସ୍‌’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା ‘ଅମୃତ ଭାରତ ଏକ୍ସପ୍ରେସ’କୁ ଚଳିତ ମାସ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଉଦ୍‌ଘାଟନୀ ଯାତ୍ରାରେ ଏହି ରେଳ ମଧ୍ୟାହ୍ନ ୧୨ଟାରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶୁଭାରମ୍ଭ କରାଯିବ। ରେଳର ନିୟମିତ ସେବା ପାଇଁ ସମୟ ସୂଚୀ ଶୀଘ୍ର ଘୋଷଣା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ରେଳସେବା ସୁରଟ ଏବଂ ଏହାର ଆଖପାଖରେ କାମ କରୁଥିବା ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାର ଅନେକ ଶ୍ରମିକଙ୍କ ପାଇଁ ବିଶେଷ ଲାଭଦାୟକ ହେବ। ଏହା ସେମାନଙ୍କୁ ଫେରିବା, ପାରିବାରିକ ଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ପାଇଁ ସୁରକ୍ଷିତ ଅଧିକ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବ।

ଏହା ସଂଯୋଗୀକରଣରେ ଉନ୍ନତି ଆଣିବା ସହ ଅଧିକ ନିର୍ଭରଯୋଗ୍ୟ ଯାତ୍ରା ପ୍ରଦାନ କରି ସୁବିଧା ବୃଦ୍ଧି ଓ ସାମାଜିକ-ଆର୍ଥିକ କଲ୍ୟାଣରେ ଅବଦାନ ରଖିବ। ଏହି ନୂତନ ଅମୃତ ଭାରତ ଏକ୍ସପ୍ରେସକୁ ଆଧୁନିକ ସୁବିଧା ଏବଂ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଡିଜାଇନ କରାଯାଇଛି। ବିଶେଷକରି ଅଣ-ଏସି/ସ୍ଲିପର/ସାଧାରଣ ଶ୍ରେଣୀର ଯାତ୍ରୀଙ୍କ ପାଇଁ ସହାୟକ ହେବ। ରେଳର ଦୁଇ ପ୍ରାନ୍ତରେ ଇଞ୍ଜିନ୍, ଯାହାର ଗତି, ବ୍ରେକିଂ ସୁଧାର ଉପଲବ୍ଧ। ଦୁର୍ଘଟଣା ପ୍ରତିରୋଧ କୋଚ୍ ଡିଜାଇନ କରାଯାଇ ଥିବାବେଳେ ସମସ୍ତ କୋଚ୍ ଓ ଲଗେଜ୍ ରୁମରେ ସିସିିଟିଭି କ୍ୟାମେରା ଲାଗିଛି। ଶୌଚାଳୟ ଓ ବିଦ୍ୟୁତ୍ କକ୍ଷରେ ଅଗ୍ନି-ନିରୋଧକ ବ୍ୟବସ୍ଥା ରହିଛି। ଅମୃତ ଭାରତ ଏକ୍ସପ୍ରେସର ଲକ୍ଷ୍ୟ ସାଧାରଣ ଓ ନିମ୍ନ-ମଧ୍ୟମବର୍ଗୀୟ ଯାତ୍ରୀଙ୍କୁ ସୁବିଧାଜନକ ଯାତ୍ରା ଦେବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories