ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମାଓ ପ୍ରବଣ ଅଞ୍ଚଳରେ ହାଇ ଆଲର୍ଟ

0

କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କୋରାପୁଟ ଜିଲ୍ଲା ଗସ୍ତ କରିବା ସହ ମିଶନ-୧୨୦ର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଏଇ ଅବସରରେ ସେ ପୂର୍ବାହ୍ନ ୧୦ଟାରେ ଜୟପୁର ନିକଟସ୍ଥ ବାଙ୍କବିଜା ପଡ଼ିଆରେ ଏକ ସଭାରେ ଉଦ୍‍ବୋଧନ ଦେବେ। ଗତ ଦୁଇଦଶନ୍ଧି ମଧ୍ୟରେ କୋରାପୁଟ ଜିଲ୍ଲାକୁ ପ୍ରଥମଥର ପାଇଁ ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ ଏନେଇ ପୁଲିସ୍‌ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ମାଓ ପ୍ରବଣ ଅଞ୍ଚଳରେ ହାଇ ଆଲର୍ଟ ଜାରୀ କରାଯିବା ସହ କମ୍ବିଂ ଅପରେସନ ଆରମ୍ଭ ହୋଇଛି।

ସକାଳ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସେ ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବରିଷ୍ଠ ବିଜେପି ନେତା ଯୋଗଦେବେ।

ସେହିପରି ଆସନ୍ତା ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିବେ। ଭବାନୀପାଟଣାରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply