www.samajalive.in
Saturday, December 6, 2025
19.1 C
Bhubaneswar

୮ଟି ନୂଆ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ଟା ୩୦ମିନିଟ୍‍ ସମୟରେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ୍‍ ମେଟ୍ରୋ ରେଳ ପ୍ରୋଜେକ୍ଟ ଫେଜ-୨ ଏବଂ ସୁରତ୍‍ ମେଟ୍ରେ ରେଳ ପ୍ରୋଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଦେଶର ବିଭିନ୍ନ ସ୍ଥାନରୁ ଗୁଜରାଟର କେଓ୍ଵଡ଼ିଆକୁ ସଂଯୋଗ କରୁଥିବା ଏହି ନୂଆ ୮ଟି ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ୍‌ ଭାରତ, ଶ୍ରେଷ୍ଠ ଭାରତ ପରିକଳ୍ପନା ବାସ୍ତବତାରେ ପରିଣତ ହେଉଛି। ସେ କହିଛନ୍ତି ରେଳବାଇ ଇତିହାସରେ ଦେଶର ବିଭିନ୍ନ ସ୍ଥାନରୁ ଗୋଟିଏ ଗନ୍ତବ୍ୟସ୍ଥଳକୁ ଅନେକ ଗୁଡିଏ ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଥମ ଘଟଣା।

- Advertisement -

ମେଟ୍ରୋ ପ୍ରୋଜେକ୍ଟଗୁଡିକ ଏହିସବୁ ସହରର ପରିବେଶ ଅନୁକୂଳ ମାସ୍‍ ରାପିଡ୍‍ ଟ୍ରାନଜିଟ୍‍ ପ୍ରଣାଳୀ ଉପଲବ୍ଧ କରାଇବେ। ଦୁଇଟି
କରିଡରକୁ ମିଶାଇ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରାଜେକ୍ଟର ଫେଜ-୨ ୨୮ଦଶମିକ ୨୫କିଲୋମିଟର ରହିଛି ଏବଂ ଏହି ପ୍ରୋଜେକ୍ଟରେ ସମ୍ପୂର୍ଣ୍ଣ ଖର୍ଚ୍ଚ ୫ ହଜାର ୩୮୪ କୋଟି ଟଙ୍କା ରହିଛି। ସୁରତ ମେଟ୍ରୋ ରେଳ ପ୍ରାଜେକ୍ଟ ୪୦.୩୫ କିଲୋମିଟର ଲମ୍ବା ଏବଂ ଏଥିରେ ଦୁଇଟି କରିଡର ରହିଛି। ଏହି ପ୍ରୋଜେକ୍ଟର ସମ୍ପୂର୍ଣ୍ଣ ହେବା ପାଇଁ ୧୨ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଟ୍ରେନ୍‌ଗୁଡ଼ିକ ବାରାଣସୀ, ଦାଦର, ଅହମଦାବାଦ, ହଜରତ୍‌ ନିଜାମ୍ମୁଦ୍ଦିନ, ରେକା, ଚେନ୍ନାଇ ଓ ପ୍ରତାପ ନଗରରୁ କେଓ୍ଵଡ଼ିଆ ଅଭିମୁଖେ ଚଳାଚଳ କରିବ। ଆଜି ଉଦ୍ଘାଟିତ ହୋଇଥିବା ଅନ୍ୟ ପ୍ରକଳ୍ପଗୁଡିକ ମଧ୍ୟରେ ଦଭୋଇ-ଚଣ୍ଡିଗଡ଼ ରେଳ ଲାଇନ୍‌, ଚାନ୍ଦୋଦ-କେଓ୍ଵଦିତା ନୂଆ ବ୍ରଡ୍‌-ଗେଜ୍‌ ରେଳ ଲାଇନ୍‌, ପ୍ରତାପନଗର-କେଓ୍ଵଡ଼ିଆ ନୂଆ ବିଜୁଳିଚାଳିତ ସେକ୍ସନ୍‌, ଦଭୋଇ ଜଙ୍କ୍‌ସନ୍‌, ଚାନ୍ଦୋଦ ଏବଂ କେଓ୍ଵଡ଼ିଆର ନୂଆ ଷ୍ଟେସନ୍‌ ବିଲ୍‌ଡିଙ୍ଗ୍‌ ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories