www.samajalive.in
Sunday, December 14, 2025
26.1 C
Bhubaneswar

୩ଦଫା ଦାବିରେ ପ୍ରାଥମିକ ଶିକ୍ଷକଙ୍କ ପ୍ରତିବାଦ ସଭା

କେନ୍ଦୁଝରଗଡ଼: ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନକ୍ରମେ ଶୁକ୍ରବାର ରାଜ୍ୟର ସମସ୍ତ ୩୧୪ ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୩ଦଫା ଦାବି ପୂରଣରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନ ୪ଟାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଛେଦ ସହ ୬ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରୀରେ ସାମିଲ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନକୁ ପୁନଃ ପ୍ରଚଳନ ଦାବିରେ ଶିକ୍ଷକ ଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ୩ଦଫା ଦାବିକୁ ସରକାର ତୁରନ୍ତ ପୂରଣ ନକଲେ ଆଗାମୀ ୧୫ରୁ ୧୭ ତାରିଖ ୩ଦିନ ଛୁଟି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱରରେ ଆନ୍ଦୋଳନରେ ସାମିଲ ହେବାସହ ୧୮ ତାରିଖରୁ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଆହୁରି ବ୍ୟାକପ କରାଯିବ ବୋଲି ଶିକ୍ଷକ ନେତା ମନୋଜ କୁମାର ମହାନ୍ତ କହିଛନ୍ତି। ଶିକ୍ଷକ ନେତା ସଞ୍ଜୀବ କୁମାର ସାହୁ, ବିଜୟ କୁମାର ମିଶ୍ର, ଉମାଶଙ୍କର ମିଶ୍ର, ସଞ୍ଜୀବ ଦାସ, ଅଭିମନ୍ୟୁ ଦାଶ, ନରୋତ୍ତମ ସାହୁ, ସୌଭାଗ୍ୟ ଦାସ, ହରେକୃଷ୍ଣ ପଣ୍ଡା, ନରେଶ ମହାକୁଡ, ରଜତ ପତି, ସଞ୍ଜୁକ୍ତା ପଣ୍ଡା ପ୍ରମୁଖ ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ରରେ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories