ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ବିନୟ ଫାଶୀ ପାଇବା ନିଶ୍ଚିତ ହୋଇଛି।
ସୂଚନାଯୋଗ୍ୟ, ଶନିବାର ଅର୍ଥାତ ଫେବୃୟାରୀ ୧ରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ପୂର୍ବରୁ ପଟିୟାଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ। କିନ୍ତୁ ଗତ ଶୁକ୍ରବାର କୋର୍ଟ ତାହାକୁ ରଦ୍ଦ କରିଦେଇଥିଲେ। ଫଳରେ ଶନିବାର ହେବାକୁ ଥିବା ଫାଶୀକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ତିହାର ଜେଲ୍ କର୍ତ୍ତୃପକ୍ଷ ବିନୟକୁ ଛାଡ଼ି ଅନ୍ୟ ୩ ଦୋଷୀ ମୁକେଶ, ପୱନ ଏବଂ ଅକ୍ଷୟକୁ ଶନିବାର ଫାଶୀ ଦେବାକୁ କୋର୍ଟଙ୍କଠାରୁ ଅନୁମତି ଲୋଡ଼ିଥିଲେ। କିନ୍ତୁ କୋର୍ଟଙ୍କଠାରୁ ଅନୁମତି ମିଳି ନ ଥିଲା।



