ଯାଜପୁର: ସିଏଏକୁ ସମର୍ଥନ କରି ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଂସଦ ଦ୍ୱାରା ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନକୁ ଅନୁମୋଦନ ମିଳିଥିଲା । ତେବେ ଏହି ଆଇନ ସଂପର୍କରେ ଜନ ଜାଗରଣ ଉଦେଶ୍ୟରେ ଏହି ବାଇକ ଶୋଭାଯାତ୍ରା କରାଯାଇଛି। । ବରରଙ୍ଗ ଦଳ ପକ୍ଷରୁ ଶତାଧିକ ସଦସ୍ୟ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି । ଏହି ଆଇନ ନାଗରିକତ୍ୱ ବିରୋଧରେ ନୁହେଁ ନାଗରିକତ୍ୱକୁ ସମର୍ଥନ କରୁଥିବା ସଦସ୍ୟମାନେ ସ୍ଲୋଗାନ ଜରିଆରେ ଲୋକମାନଙ୍କୁ ଅବଗତ କରାଇଛନ୍ତି । ଏହି ଶୋଭାଯାତ୍ରା ମା’ ବିରଜାଙ୍କ ମନ୍ଦିରଠାରୁ ଆରମ୍ଭ ହୋଇ ବଜରଙ୍ଗ ଦଳ ଜିଲ୍ଲା କାର୍ୟ୍ୟାଳୟ ଠାରେ ଶେଷ ହୋଇଥିଲା । ସିଏଏ ସମ୍ପର୍କରେ ସାଧାରଣ ଜନତାଙ୍କୁ ଜଣେଇବା ସହ ଏକ ନିର୍ଦିଷ୍ଟ ଦଳ ଏବଂ କିଛି ଖଳ ପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ପଥ ଭ୍ରଷ୍ଟ କରିବା ସହ ଆଇନ ସମ୍ପର୍କରେ କୌଣସି ଧାରଣା ନରଖି ଏହାର ଅପପ୍ରଚାର ଉଦେଶ୍ୟରେ ସାଧାରଣରେ ବିଭିନ୍ନକୁ ମନ୍ତବ୍ୟ ଦେଉଛନ୍ତି । ତେଣୁ ବିଶ୍ବହିନ୍ଦୁ ପରିଷଦ, ବଜାରଙ୍ଗ ଦଳ ଯାଜପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା।
Popular Categories



