www.samajalive.in
Saturday, December 6, 2025
16.1 C
Bhubaneswar

କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ପରାଧିନତାରୁ ମୁକ୍ତି ହେବାର ଏହା ପର୍ବ। ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ। ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ବିତ କରିଛି। ଅଲିମ୍ପିକ୍ସରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ। ବାପାମା’ ଝିଅଙ୍କୁ ଆଗକୁ ବଢ଼ିବା ଲାଗି ପ୍ରେରଣା ଦେବା ଉଚିତ।
କରୋନା କାଳରେ କମ ସମୟରେ ଟିକା ବାହାର କରିଥିବାରୁ ବୈଜ୍ଞାନିକଙ୍କ କାର୍ଯ୍ୟକୁ ପ୍ରଶଂସା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଦେଶରେ ବିଶ୍ବର ବଡ଼ ଟିକାକରଣ ଅଭିଯାନ ଚାଲିଛି। ଦ୍ବିତୀୟ ଲହରରେ ଡାକ୍ତର ଓ ନର୍ସଙ୍କ ଅବଦାନ ପ୍ରଶଂସନୀୟ। ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି, ସେମାନଙ୍କୁ ପ୍ରଣାମ ଜଣାଉଛି। କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ। ତେଣୁ ସମସ୍ତ ଦେଶବାସୀ ଟିକା ନେବାଲାଗି ରାଷ୍ଟ୍ରପତି ଅନୁରୋଧ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଜନକଲ୍ୟାଣ ଯୋଜନା ଉପରେ ସରକାର ଜୋର ଦେଉଛନ୍ତି। ଜମ୍ମୁକଶ୍ମିରରେ ନବଜାଗରଣ ଦେଖିବାକୁ ମିଳିଛି। ଲୋକତନ୍ତ୍ର ମାମଲାରେ ଭାରତ ସବୁଠାରୁ ଆଗରେ ରହିଛି। ଗାଁରେ ଦ୍ରୁତ ଗତିରେ ବିକାଶ ହେଉଛି। ଗାଁ ଓ ସହର ମଧ୍ୟରେ ଦୂରତା କ୍ରମଶଃ କମି କମି ଚାଲିଛି। ସଂସଦ ଆମ ପାଇଁ ଲୋକତନ୍ତ୍ରର ମନ୍ଦିର। ମାନବ ଜାତି ଆଗରେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ବିଶ୍ବରେ ଜଳବାୟୁ ପରିବର୍ତ୍ତନ ସମସ୍ୟ ଅତ୍ୟନ୍ତ ଗମ୍ଭୀର ହୋଇଛି। ସମସ୍ୟାରୁ ମୁକୁଳିବାକୁ ଆମକୁ ଆମ ଚାଲିଚଳଣୀରେ ତ୍ୟାଗ ଜରୁରୀ ବୋଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories