www.samajalive.in
Sunday, December 7, 2025
23.1 C
Bhubaneswar

‘ମୁଁ ନୁହେଁ-ଆପଣ’, ୪୨ ଜଣଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ୨୦୧୮-୧୯ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାରଗୁଡ଼ିକ ୪୨ଜଣଙ୍କୁ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀ, ପ୍ରୋଗ୍ରାମ ଅଫିସର ଓ ଏନ୍‍.ଏସ୍‍.ଏସ୍‍ ସ୍ୱେଚ୍ଛାସେବୀମାନେ ରହିଛନ୍ତି। ଯୁବ ଓ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜ୍ୟୁ ବିଜ୍ଞାନ ଭବନରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଜାତୀୟ ସେବା ଯୋଜନାର ମୂଳଲକ୍ଷ୍ୟ ହେଉଛି ସେବା ମାଧ୍ୟମରେ ଶିକ୍ଷାଦାନ କରିବା। ସେ କହିଛନ୍ତି ଯୁବ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱର ବିକାଶ ସେବା ମାଧ୍ୟମରେ କରାଯାଇଛି ଓ ଏହି ଯୋଜନାର ଶୀର୍ଷକ ‘ମୁଁ ନୁହେଁ-ଆପଣ’ ରହିଛି। କୋବିନ୍ଦ କହିଛନ୍ତି ଯେ ବିଭିନ୍ନ ବୈଷୟିକ ପ୍ରତିଷ୍ଠାନ କଲେଜ ଓ ବିଶ୍ୱବିଦ୍ୟାଳୟର ୪୦ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସମାଜର ସେବା କରୁଥିବାରୁ ଏହା ଏକ ଗୌରବର ବିଷୟ। ସେ କହିଛନ୍ତି ଏହି ଯୋଜନା ମାଧ୍ୟମରେ ୪କୋଟି ସ୍ୱେଚ୍ଛାସେବୀ ଦେଶରେ ସେବା ଯୋଗାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି କରୋନା ମୁକାବିଲାରେ ଏନ୍‍.ଏସ୍‍.ଏସ୍‍ ସ୍ୱେଚ୍ଛାସେବୀମାନେ ଶାରିରୀକ ଦୂରତା ଏବଂ ମାସ୍କ ପରିଧାନ କରିବା ବିଷୟରେ ସଚେତନତା ସୃଷ୍ଟି କରିଛନ୍ତି।

- Advertisement -

ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜ୍ୟୁ ଏନ୍‍.ଏସ୍‍.ଏସ୍‍ ସ୍ୱେଚ୍ଛାସେବୀମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଥିବାରୁ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଯୁବ ବ୍ୟାପର ବିଭାଗ ପ୍ରତିବର୍ଷ ଜାତୀୟ ସେବା ଯୋଜନା ପୁରସ୍କାର ଦେଇଥାଏ। ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସମାଜର ସେବାପାଇଁ ଏହି ପୁରସ୍କାର ଦିଆଯାଇଥାଏ। ଏହି ପୁରସ୍କାର ୧୯୬୯ ମସିହାରେ ଆରମ୍ଭ କରାଯାଇଥିଲା ଓ ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନ ଏହାର ମୂଳଲକ୍ଷ୍ୟ ଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶଦରେ ଅନୁପ୍ରାଣିତ ହୋଇ ଏନ୍‍.ଏସ୍‍.ଏସ୍‍ ଏହାର କାର୍ଯ୍ୟ କରିଆସୁଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories