ଡ୍ୟୁ : ନିଜକୁ ‘ଫିଟ୍’ ବା ସକ୍ଷମ ପ୍ରମାଣିତ କରିବାକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମୁଦ୍ର କୂଳରେ ଦୌଡ଼ିଛନ୍ତି। ଏହା ମାଧ୍ୟମରେ ସେ ଜନତାଙ୍କୁ ଫିଟ୍ ରହିବା ପାଇଁ ଆହ୍ବାନ ଦେବା ସହ ସରକାରଙ୍କ ‘ଫିଟ୍ ଇଣ୍ଡିଆ’ ଅଭିଯାନର ପ୍ରସାର ପାଇଁ ପଦକ୍ଷେପ ନେଇଛନ୍ତି। ତାଙ୍କ ଦୌଡ଼ିବାର ଭିଡିଓ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏଥିରେ ‘ଦେଶବାସୀ ସ୍ବାସ୍ଥ୍ୟପ୍ରଦ ଜୀବନ ବିତାଇବା’କୁ ସେ ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରପତି ଶୁକ୍ରବାରଠାରୁ ୪ଦିନିଆ କେନ୍ଦ୍ରଶାସିତ ଅଞ୍ଚଳ ଡ୍ୟୁ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ରବିବାର ସକାଳେ କୁର୍ତ୍ତା-ପାଇଜାମା ପିନ୍ଧି ସ୍ଥାନୀୟ ଘୋଘଲା ସମୁଦ୍ର ତଟରେ ଦୌଡ଼ୁଛନ୍ତି। ରାଷ୍ଟ୍ରପତି ଡ୍ୟୁ ଦୁର୍ଗ ପରିସରରେ ଆଲୋକ ଓ ଶବ୍ଦ ବ୍ୟବସ୍ଥା ଇତ୍ୟାଦି ଉଦ୍ଘାଟନ କରିଛନ୍ତି।
Popular Categories



