www.samajalive.in
Sunday, December 7, 2025
16.1 C
Bhubaneswar

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ।  ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।କହିଛନ୍ତି ସଂସଦର ଏହି ଅଧିବେଶନକୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମାତ୍ର ଦୁଇ ମାସ ତଳେ ଆମେ ସମ୍ବିଧାନ ଗ୍ରହଣ କରିବାର ୭୫ତମ ବାର୍ଷିକୀ ପାଳନ କରିଥିଲୁ ଏବଂ କିଛି ଦିନ ତଳେ ଭାରତୀୟ ଗଣତନ୍ତ୍ର ମଧ୍ୟ ଏହାର ୭୫ ବର୍ଷର ଯାତ୍ରାକୁ ପୂରଣ କରିଥିଲା। ଏହି ଅବସର ଗଣତନ୍ତ୍ରର ଜନ୍ମଭୂମି ଭାବେ ଭାରତର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଛନ୍ତି । ଏବଂ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ଵାମୀତ୍ଵ କାର୍ଡରେ ସାମିଲ କରାଯାଇଛି। ଆୟୁଷ୍ମାନ୍ ଯୋଜନାରେ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ସମସ୍ତଙ୍କୁ ଆବାସ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ୧୦ ବର୍ଷ କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି। ଗରିବ ଲୋକଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମୋ ସରକାର ଆଜି ଅଭୂତପୂର୍ବ ସଫଳତା ମାଧ୍ୟମରେ ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳକୁ ନୂତନ ଶକ୍ତି ପ୍ରଦାନ କରିଛନ୍ତି। ତୃତୀୟ ପାଳିରେ କାମ ତିନି ଗୁଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ଦେଶରେ ବଡ଼ ବଡ଼ ନିଷ୍ପତ୍ତି ଓ ନୀତିକୁ ଅସାଧାରଣ ଗତିରେ କାର୍ଯ୍ୟକାରୀ କରାଯାଉଛି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories