www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ;ଶିକାର କରି ପାଣିର ପ୍ରଖର ସ୍ରୋତରେ କେମିତି ଫସିଗଲା ଅଜଗର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଘଟିଛି । ଏଠାରେ ଏକ ବିଶାଳକାୟ ଅଜଗର ସାପ ଶିକାର କରିବା ସମୟରେ ନିଜେ ହିଁ କେନାଲ ପାଣିରେ ଫସି ଯାଇଛି । ବଡ ଶିକାରକୁ ଫସାଇଥିବା ସମୟରେ ସେ ନିଜେ ହିଁ ଫସି ଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ବଜେଟ୍‌ ପୂର୍ବରୁ ବଢିଲା ସୁନା ଦାମ୍‌

- Advertisement -

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଅଜଗର ଏକ ବଡ ଶିକାରକୁ ଗୋଟା ଗିଳିବାକୁ ଚେଷ୍ଟା କରୁଛି । ମାତ୍ର କେନାଲରେ ପାଣିର ପ୍ରଖର ସ୍ରୋତ କାରଣରୁ ଅଜଗର ନିଜେ ହିଁ ଫସି ଯାଇଛି । ଶେଷରେ ଅଜଗରଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

ନିକଟରେ ଥିବା କିଛି ଲୋକେ ଭିଡିଓଟିକୁ ରେକର୍ଡ କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଏନେଇ ସୂଚନା ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥିତିର ଆକଳନ କରିବା ପରେ ଜଣାଇଥିଲେ ପାଣିର ପ୍ରଖର ସ୍ରୋତ କାରଣରୁ ଅଜଗର ବଞ୍ଚିବାର ସମ୍ଭାବନା ନଥିଲା। ଭିଡିଓ ଶେୟାର କରାଯିବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖି ସାରିଲେଣି।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories