www.samajalive.in
Saturday, December 6, 2025
14.1 C
Bhubaneswar

ଆର୍ମି ଏଡି ସେଣ୍ଟରକୁ ସ୍ବତନ୍ତ୍ର ‘କଲର୍ସ ସମ୍ମାନ’ କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି

ବ୍ରହ୍ମପୁର : ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ଶୁକ୍ରବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ଗ୍ରହଣ କରିଛନ୍ତି । ଆର୍ମି ଏଡି ସେଣ୍ଟରରେ ସ୍ବତନ୍ତ୍ର ‘କଲର୍ସ ସମ୍ମାନ’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ଏହି ସେଣ୍ଟରକୁ ‘କଲର୍ସ ସ୍ବତନ୍ତ୍ର’ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ସେନା ବାହିନୀର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିବା ସହ ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ତାଙ୍କର ପ୍ରଥମ ଗସ୍ତକୁ ନେଇ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥଳସେନାର ମୁଖ୍ୟ ବିପିନ ରାଓ୍ବତ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ଶୁକ୍ରବାର ଭୁବନେଶ୍ବରରେ ପହଁଞ୍ଚଥିଲେ । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜି ଡ଼କ୍ଟର ବିଜୟ କୁମାର ଶର୍ମା ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଥିଲେ। ପରେ ସେ ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ଯାତ୍ରା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories