www.samajalive.in
Monday, December 15, 2025
27.1 C
Bhubaneswar

୫ଜି ଲଞ୍ଚ୍‌ ପାଇଁ ପ୍ରସ୍ତୁତ ରୁହ: ସୂଚନା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ୫-ଜି ଲଞ୍ଚ ପାଇଁ ଯଥାଶୀଘ୍ର ପ୍ରସ୍ତୁତ ହେବାକୁ ଟେଲିକମ୍‌ କମ୍ପାନୀଗୁଡ଼ିକୁ ସୂଚନା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦେଶ ଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୂପ ସେ ସ୍ପେକ୍ଟ୍ରମ ଅଧିଗ୍ରହଣ ଚିଠି କରିଥିଲେ । ଟେଲିକମ୍‌ କମ୍ପାନୀଗୁଡ଼ିକ ଠାରୁ ସରକାର ୧୭,୮୭୬ କୋଟି ଟଙ୍କା ଅର୍ଥ ପାଇଛନ୍ତି । ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ (ଭିଆଇ) ଓ ଆଦାନୀ ଡାଟା ନେଟୱର୍କକୁ ଏହି ନିଲାମ ମିଳିଛି । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଶୀର୍ଷ ବିଡର ଥିଲା । ଜିଓ ୮୮,୦୭୮ କୋଟି ଟଙ୍କା ବିନିମୟରେ ୨୪,୭୪୦ ମେଗାହର୍ଷ ସ୍ପେକ୍ଟ୍ରମ ଅଧିଗ୍ରହଣ କରିଥିଲା । ଜିଓ ବ୍ୟତୀତ ଭାରତୀ ଏୟାରଟେଲ, ଭୋଡ଼ାଫୋନ ଆଇଡିଆ (ଭିଆଇ) ଓ ଆଦାନୀ ଡାଟା ନେଟୱର୍କ ମଧ୍ୟ ୫-ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ।

ଭାରତୀ ଏୟାରଟେଲ ୪୩,୦୮୪ କୋଟି ଟଙ୍କାରେ ୧୯,୮୭୬ ମେଗାହର୍ଷ ସ୍ପେକ୍ଟ୍ରମ ନେଇ ଦ୍ବିତୀୟ ସ୍ଥାନରେ ଥିବାବେଳେ ଭୋଡ଼ାଫୋନ ଆଇଡିଆ ୧୮,୭୮୪ କୋଟି ଟଙ୍କାରେ ୨,୬୬୮ ମେଗାହର୍ଷ ସ୍ପେକ୍ଟ୍ରମ ଓ ଆଦାନୀ ଡାଟା ନେଟୱର୍କ ୨୧୨ କୋଟି ଟଙ୍କାରେ ୪୦୦ ମେଗାହର୍ଷ ୫-ଜି ସ୍ପେକ୍ଟ୍ରମ ଅଧିଗ୍ରହଣ କରିଥିଲା। ଚଳିତ ବର୍ଷ ସ୍ପେକ୍ଟ୍ରମ ନିଲାମରୁ କେନ୍ଦ୍ର ସରକାର ରେକର୍ଡ଼ ଅର୍ଥ ଆୟ କରିଛନ୍ତି। ୪-ଜି ପରି ୫-ଜିରେ ମଧ୍ୟ ଜିଓ ଓ ଏୟାରଟେଲ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories