www.samajalive.in
Saturday, December 6, 2025
19.1 C
Bhubaneswar

ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ

ବାଙ୍କୀ: ଆଗକୁ ଖରା ବଢିବ। ଏଥିପାଇଁ ଉପଖଣ୍ଡସ୍ତରୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ ଗୁରୁବାର ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଙ୍କୀ ବ୍ଲକ, ଡମପଡା ବ୍ଲକ, ଡମପଡା ତହସିଲ, ବାଙ୍କୀ ତହସିଲ, ବାଙ୍କୀ ଏନଏସି ସମେତ ବିଭିନ୍ନ କାର୍ଯ୍ୟାଳୟର ପଦାଧିକାରୀମାନେ ଯୋଗଦେଇ ଅଂଶୁଘାତର ମୁକାବିଲା ପାଇଁ ନିଜର କଣ୍ଟିଜେଣ୍ଟ ପ୍ଲାନ ପ୍ରଦାନ କରିଛନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଉପଖଣ୍ଡର ୨ ବିଡିଓ ପାନୀୟଜଳ ଯୋଗାଣ ବିଭାଗ ସମସ୍ୟା ଦୂର କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍କଟ ଜଣ ଅଭାବ ଦେଖାଦେଉଥିବା ଗ୍ରାମ ଗୁଡିକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇବା ସହ ବାଙ୍କୀ ଏନ.ଏ.ସି ମଧ୍ୟରେ ପାନୀୟଜଳ ପାଇପ ଦ୍ୱାରା ଯୋଗାଇବାର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ହୋଇପଡିଥିବା ନଳକୂଅ ଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଛି।

ସେହିପରି ଉପଖଣ୍ଡ ଚିକିତ୍ସାଳୟରେ ଶୀତତାପ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିବା ଓ ଅଂଶୁଘାତ ପାଇଁ କଣ୍ଟ୍ରୋଲ ରୁମ୍‍ ସଜାଗ ରହିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମଜୀବି ଓ ୍‍ରମ ଭିତ୍ତିକ ଅନୁଷ୍ଠାନ ପାଇଁ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା, ଶ୍ରମଜୀବୀମାନଙ୍କୁ ସଚେତନ କରିବା, ଯାତ୍ରୀବାହୀ ବସ୍‍ ଯାତାୟତ ସମୟରେ ବସ୍‍ ମାଲିକ ଯାତ୍ରୀଙ୍କ ପାଇଁ ପାନୀୟଜଳ ଓଆରଏସ୍‍ ଏବଂ ପ୍ରାଥମିକ ଚିକିତ୍ସା ସହାୟତା ପାଇଁ ସୁବିଧା ଦେବା, ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ନଳକୂଅ ନିକଟରେ ଛୋଟଛୋଟ ଚୁଆ ଖୋଳି ଜଳ ରଖିବା, ଗ୍ରାମାଞ୍ଚଳ ଓ ବାଙ୍କୀ ଏନଏସି ଅଞ୍ଚଳରେ ଜଳଛତ୍ର କେନ୍ଦ୍ର ଖୋଲିବା, ସମସ୍ତ ବିଭାଗରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ଖୋଲିବା ପାଇଁ ଆଲୋଚନା କରାଯାଇଛି। ଚଳିତ ବର୍ଷ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ନହେବା ପାଇଁ ସମସ୍ତଙ୍କୁ ସଚେତନ କରିବା। ଯଦି ଅଂଶୁଘାତରେ କାହାର ମୃତ୍ୟୁ ହୁଏ, ଏ ସମ୍ପର୍କରେ ତହସିଲଦାରଙ୍କୁ ସୂଚନା ଦେବା ସହିତ ଘଟଣାର ଜଏଣ୍ଟ ଇନ୍କ୍ୱା‌ରୀକୁ ନିଶ୍ଚିତ କରାଇବା।

- Advertisement -

ଏହି ବୈଠକରେ ବାଙ୍କୀ ବିଡିଓ ରତ୍ନାକର କାଣ୍ଡି, ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ଡମପଡା ତହସିଲଦାର କ୍ଷୀତିସ୍‍ ବେହେରା, ଅତିରିକ୍ତ ତହସିଲଦାର ବାଙ୍କୀ ନୀଳମାଧବ ମହାନ୍ତି, ବାଙ୍କୀ ଏନଏସି ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି, ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର ଖଟୁଆ, ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ଗୌରାଙ୍ଗ ବେହେରା, ବଳଭଦ୍ର ପଣ୍ଡା, ସମରେନ୍ଦ୍ର ମହାପାତ୍ର, ଗୌତମ ମିଶ୍ର, ମନୋଜ ଦଳେଇ ପ୍ରମୁଖ ଉପସ୍ଥିତ ରହି ଅଂଶୁଘାତର ସଠିକ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସଠିକ୍‍ ତଦାରଖକୁ ଗୁରୁତ୍ୱ ଦେବାପାଇଁ ଆଲୋକପାତ କରିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories