www.samajalive.in
Saturday, December 6, 2025
26.1 C
Bhubaneswar

ନିଜର ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧ ପ୍ରଭୁ ମହେଶ୍ୱରଙ୍କ ଏହି ମନ୍ଦିର

ମଧ୍ୟପ୍ରଦେଶର ଇନ୍ଦୋର ସହରର ପରଦେଶୀପୁରାରେ ଭଗବାନ ଶିବଙ୍କର ଏକ ପ୍ରସିଦ୍ଧ ମନ୍ଦିର ଅଛି। ଏହା ଗଙ୍ଗେଶ୍ୱର ମହାଦେବ ମନ୍ଦିର ନାମରେ ବେଶ ଜଣାଶୁଣା। ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ, ଏଠାରେ ପ୍ରଭୁ ମହେଶ୍ୱରଙ୍କର ତାଣ୍ଡବ ଆଳତୀ ହୋଇଥାଏ। ମନ୍ଦିରର ପୂଜାରୀ ନିଜେ ଗୋଟେ ଗୋଡ଼ରେ ଠିଆ ହୋଇ ଏହି ଆଳତୀ କରିଥାଆନ୍ତି। ଏହି ଆଳତୀ ଦୀର୍ଘ ଏକ ଘଣ୍ଟା ଧରି ହୋଇଥାଏ। ଏହି ଆଳତୀକୁ ଦେଖିବାକୁ ଦୂରଦୂରାନ୍ତରରୁ ଭକ୍ତମାନେ ଆସିଥାଆନ୍ତି।
ମାନ୍ୟତା ରହିଛି ଯେ, ଏହି ମନ୍ଦିରରେ ପ୍ରାୟ ୧୫ ବର୍ଷ ହେବ ଏହି ଆଳତୀ ହେଉଛି। ତାଣ୍ଡବ ଆଳତୀ କରିବା ସମୟରେ ପୂଜାରୀ ୧୧୦୦ ରୁଦ୍ରାକ୍ଷ ଧାରଣ କରିଥାଆନ୍ତି। ଆଳତୀ କରିବା ସମୟରେ ପୂଜାରୀ ତାଣ୍ଡବ ନୃତ୍ୟର ବିଭିନ୍ନ ମୁଦ୍ରା ମଧ୍ୟ କରିଥାଆନ୍ତି। ଏହାକୁ ଦେଖି ଭକ୍ତମାନେ ଆଶ୍ଚର୍ୟ୍ୟଚକିତ ହୋଇଯାଆନ୍ତି। ଏହାକୁ ଦେଖିବାକୁ ଭକ୍ତମାନେ ଉତ୍ସାହର ସହ ଅପେକ୍ଷା ମଧ୍ୟ କରିଥାଆନ୍ତି। ଏହି ଆଳତୀକୁ ଦେଖିବା ଦ୍ୱାରା ବହୁ ପୁଣ୍ୟ ମିଳିବା ସହ ଶୁଭଫଳ ମିଳେ ବୋଲି ମାନ୍ୟତା ରହିଛି।
ମନ୍ଦିରର ଗର୍ଭଗୃହରେ ୧୨ଟି ଜ୍ୟୋର୍ତିଲିଙ୍ଗ ଓ ୪ ଧାମର ପ୍ରତିମା ରହିଛି। ଏହି କାରଣରୁ ମନ୍ଦିରର ମହାନତା ୨ ଗୁଣିତ ହୋଇଯାଏ। ତାଣ୍ଡବ ଆଳତୀ ଭିନ୍ନ ଭିନ୍ନ ନାମରେ ଜଣାଶୁଣା। ଯେପରି ଏହାକୁ ଓଁକାର ଆଳତୀ ମଧ୍ୟ କୁହାଯାଏ। ଏହାକୁ ଦେଖିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହେବା ସହ ପ୍ରଭୁ ମହେଶ୍ୱରଙ୍କ ବିଶେଷ କୃପା ମିଳିଥାଏ ବୋଲି କୁହାଯାଏ। ଏହା ବିଶ୍ୱର ଏକମାତ୍ର ମନ୍ଦିର ଯେଉଁଠାରେ ତାଣ୍ଡବ ଆଳତୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ମନ୍ଦିରର ଶୋଭା ବାସ୍ତବିକ ଦର୍ଶନ ଯୋଗ୍ୟ ଅଟେ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories