ମାଣିକେଶ୍ଵର ପଞ୍ଚାୟତରେ ବାତ୍ୟା ପାଇଁ ପ୍ରସ୍ତୁତି

ରାଇକିଆ : ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵର ପଞ୍ଚାୟତ ପକ୍ଷରୁ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ସମସ୍ତେ ସଜାଗ ରହିଛନ୍ତି। ସରପଞ୍ଚ ଟୁଲି ପ୍ରଧାନ, ପିଓ ଶିବାଜୀ ରାଜ ପ୍ରଧାନ, ଡ଼ିଇଓ ରାଜେଶ୍ବରୀ ବିଶୋଇ,ଯୋଗାଣ ସହାୟକ ପ୍ରଜାପତି ଦିଗାଲ, ମହିଳା ଜୀବିକା ସୁରକ୍ଷା ମଞ୍ଚ କର୍ମୀ ପ୍ରମୋଦା ନାୟକ , ମେଟ୍ କର୍ମୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୪ଘଣ୍ଟା ସଜାଗ ହୋଇ ରହିଥିବା କହିଛନ୍ତି। ପଞ୍ଚାୟତ ଅଧିକାରୀ ପଞ୍ଚାୟତ ବାସୀଙ୍କ ପାଖକୁ ଯାଇ ସଚେତନ କରାଇବା ସହ କାର୍ଯ୍ୟାଳୟରେ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ଶୁଖିଲା ଖାଦ୍ୟର ମଧ୍ୟ ବନ୍ଦୋବସ୍ତ କରାଯାଇଥିବା ସୂଚନା ରହିଛି ।

 

Comments are closed.